ମମତା ହତ୍ୟା ଘଟଣାରେ ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷୟତ୍ରୀ ମମତା ମେହେରଙ୍କ ହତ୍ୟା ଘଟଣାରେ ନ୍ୟାୟ ନିମନ୍ତେ ତଥା ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ସଂଧ୍ୟାରେ ଜଳେଶ୍ୱର ବିଜେପି ମହିଳା ମୋର୍ଚ୍ଚାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜିଲା ସମ୍ପାଦିକ ସାବିତ୍ରୀ ଜେନା, ଜିଲା ସଭାନେତ୍ରୀ ମାନସୀ ଚିନ୍ମୟୀ ବେହେରା, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟା ଶୋଭନା ମହାନ୍ତି, ଜିଲା ସାଧାରଣ ସଂପାଦିକା ଅଭିପ୍ସା ନାୟକ, ଦମୟନ୍ତୀ ବାଗ, ସୁମତୀ ଦେ, ମାଳତୀ ନାୟକ, ଭାରତୀ ଜେନା, ପ୍ରବୀର ପ୍ରଧାନ, ଆଦିତ୍ୟ ନାରାୟଣ ପାତ୍ର, ଅଂଶୁମାନ ମାହାନ୍ତି ଙ୍କ ସହିତ ଶତାଧିକ ମହିଳା ଜଳେଶ୍ୱର ଡାକବଂଗଳ ପରିସରରୁ ଷ୍ଟେସନ ଛକଯାଏ ଯାଇ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏଥିଲାଗି ମହିଳାମାନେ ବିଭିନ୍ନ ନାରାବାଜି ସହିତ ରାଜ୍ୟ ସରକାରଙ୍କ ବିଫଳତାକୁ ସମାଲୋଚନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା