



ଛତ୍ରପୁର(ସମୃଦ୍ଧ ଓଡିଶା)ମଲାଡ଼ ଗ୍ରାମ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ର କର୍ମୀ ସମ୍ମିଳନୀ ଧରଣୀ ଧର ସ୍ୱାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଠାରେ ପଞ୍ଚାୟତରେ ଦଳର ସାଂଗଠନିକ ମଜଭୁତ କରିବା ପାଇଁ ଆଲୋଚନା ହୋଇଥିଲା l ଉପସ୍ଥିତ କର୍ମୀମାନେ ଏହି ପଞ୍ଚାୟତର GRS ଙ୍କ ମନମୁଖୀ କାର୍ଯ୍ୟ କଳାପ ଓ ଦୁର୍ନୀତି ଉପରେ ବିଷୋଦଗାର କରିଥିଲେ l ଆଗାମୀ ଦିନରେ ଦଳ ର ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ବିଜୟ ନିଷ୍ପତ୍ତି ନେଇଥିଲେ lକଂସାରି ଗଣ୍ଡରେ ବ୍ରିଜ ନିର୍ମାଣ ପାଇଁ ଦାବୀ ରଖିଥିଲେ । ଏହି ସମିଳନୀରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ପ୍ରଶାନ୍ତ କୁମାର କର, ପୂର୍ବତନ ସରପଞ୍ଚ ତଥା ମଣ୍ଡଳ ସଭାପତି ଶ୍ରୀ ପଦ୍ମ ଚରଣ ସାହୁ, ପୂର୍ବତନ ଏନଏସି ଉପାଧକ୍ଷ ବସନ୍ତ ବେହେରା, ପୂର୍ବତନ UDS PUR ସରପଞ୍ଚ ପ୍ରଫୁଲ୍ଲ ତ୍ରିପାଠୀ, ମଲାଡ଼ ସମିତି ସଭ୍ୟ ରାଜୁ ଦାସ, ୱାର୍ଡ ସଭ୍ୟା ଗୀତାଞ୍ଜଳୀ ନାହକ, ବି କ୍ରିଷ୍ନା, ଖଣ୍ଡି ଦେଉଳିର ସୁଶାନ୍ତ ସାହୁ, ଚିକଲଖଣ୍ଡିର ପ୍ରଫୁଲ୍ଲ ପଣ୍ଡା, ପଇରାଶି ର ସୁରେନ୍ଦ୍ର ନାହକ, ସନ୍ତୋଷ ନାହକ, ଅଙ୍ଗଦ ରାଉଳ, କବି ରାଉତ, ମଲାଡ଼ ନ୍ୟାୟ ସରପଞ୍ଚ ବି ମୋହିନୀ, ବି. ଲିଙ୍ଗରାଜ୍ ଇତ୍ଯାଦି ଉପସ୍ଥିତ ଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା