

କଟକ (ସମୃଦ୍ଧ ଓଡିଶା) ୫୩ ନ° ୱାର୍ଡର ବିଜେପି ପ୍ରାର୍ଥୀ ଧୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମହମବତୀ ଜାଳି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଭିଜିଲାନ୍ସ ଛକ ଠାରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଭାରତ ମାତା କି ଜୟ, ଚାଇନା ଜିନିଷକୁ ବର୍ଜନ ଓ ସହିଦ ଯବାନମାନଙ୍କ ଆତ୍ମାର ସଦଗତି ନିମନ୍ତେ ମହମବତୀ ଜଳାଇ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଆଶିଷ ଦାସ

