
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୋବରଘଟ୍ଟା ଗ୍ରାମପଞ୍ଚାୟତର ଦଳେଇ ସାହି ମହାକାଳ ଯୁବକ ସଂଘ ଓ ବଜରଙ୍ଗ ଦଳର ମିଳିତ ଆନୁକୂଲ୍ୟରେ ବୈରାଟଆଡି ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଗତକାଲି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୭୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ସଂଯୋଜକ ପବନ ସାହୁ, ସହ ସଂଯୋଜକ ସତ୍ୟ ରଞ୍ଜନ ପରିଡା, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଅରବିନ୍ଦ ବାରିକ, ସମନ୍ନୟ କମିଟିର ଅଧ୍ୟକ୍ଷ ଡାଃ ସୁଧାଂଶୁ ଶେଖର ପରିଡା, ସର୍ବ ଭାରତୀୟ ସେବା ବିଭାଗ ପ୍ରମୁଖ ଇଂ. ଭରତ ଚନ୍ଦ୍ର ସ୍ୱାଇଁ, ଆର୍.ଏସ୍.ଏସ୍. ଜିଲ୍ଲା ପ୍ରମୁଖ ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ର, ପ୍ରଣବ ପଣ୍ଡା, ଦୀପକ ବେହେରା ଏବଂ ମହାକାଳ ଯୁବଜ୍ୟୋତି କ୍ଲବର ସଭାପତି ରବିନ୍ଦ୍ର ଦଳାଇ, ସଂପାଦକ ଜୀବନ କୃଷ୍ଣ ଦଳାଇ ପ୍ରମୁଖ ପରିଚାଳନା କରିଥିବା ବେଳେ ବାଲେଶ୍ୱର ରେଡକ୍ରସର ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।
ରିପୋର୍ଟ : ଭୂପତି ପରିଡା