

ବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଓଡିଶା ବିଜେପି ବର୍ଷିଆନ ନେତା ବିଶ୍ୱଭୂଷଣ ହରିଚନ୍ଦନ ଦାୟିତ୍ୱ ଗ୍ରହଣ କରିଥିବା ଅବସରରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଓ ମହାନ ସଂଘ ପକ୍ଷରୁ ଏହାର ମୁଖ୍ୟ ସଂଯୋଜକ ତଥା ସଭାପତି ସୁଶାନ୍ତ କୁମାର ସାବତ ବିଜୟୱାଡା ରାଜ ଭବନରେ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏଥି ସହ ପ୍ରବାସୀ ଓଡ଼ିଆଙ୍କ ସୁବିଧା ଓ ସମୃଦ୍ଧି ନେଇ ଆଲୋଚନା କରିଛନ୍ତି । ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ଆଗାମୀ ବିଶ୍ୱ ସମ୍ମିଳନୀ ପ୍ରସ୍ତୁତି ନେଇ ଆଲୋଚନା କରିଥିବା ସେ ଜଣାଇଛନ୍ତି । ଏହି ଅବସରରେ ପ୍ରତିଷ୍ଠାନର ରାଜ୍ୟ ସହ ସଂଯୋଜକ ପ୍ରଦୀପ କୁମାର ସାହୁ, ଯୁବ ଶାଖା ଅଧ୍ୟକ୍ଷ ଶ୍ରୀକାନ୍ତ ଚନ୍ଦ୍ର ସାବତ, କାର୍ଯ୍ୟାଳୟ ସମ୍ପାଦିକା ସବିତା ସାହୁ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ । ପ୍ରତିଷ୍ଠାନର କାର୍ଯ୍ୟକ୍ରମକୁ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରଶଂସା କରିବା ସହ ଏହାର ଭବିଷ୍ୟତ କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ବିଜୟୱାଡା ସ୍ଥିତ ରାଜ ଭବନରେ ଆଲୋଚନା ସମୟରେ ମତବ୍ୟକ୍ତ କରିଥିଲେ ବୋଲି ସଭାପତି ଜଣାଇଛନ୍ତି । ଏଥି ସହ ସର୍ବୋଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ମଲିକ ମଧ୍ୟ ରାଜ୍ୟପାଳଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିବା ଜଣାପଡିଛି ।
