

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ନେଭେଲ୍ ଡେ ଉପଲକ୍ଷେ ଏନସିସି ନେଭେଲ୍ ଓ ଆର୍ମି ୱଙ୍ଗ୍ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ରିବନ କାଟି ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବସନ୍ତ ଦାସ, ପ୍ରଦୀପ କୁମାର ନାୟକ, ରମେଶ ଚୈାଧୁରି, ଡଃ. ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା । ଏହି ରକ୍ତଦାନ ଶିବିର ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ନେଇ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କ ସମେତ ଏନସିସି ଅଫିସର ହରିହର ଦାସ ଓ ଜଗନ୍ନାଥ ପଟ୍ଟନାୟକ, ଶିକ୍ଷକ ମହେନ୍ଦ୍ର କୁମାର ବଡମୁଡି, ସସ୍ମିତା ମିଶ୍ର ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
