

ଛତ୍ରପୁର (ସମୃଦ୍ଧ ଓଡିଶା) ରିଡିଙ୍ଗ୍ରୁମ ଠାରେ ତେଲୁଗୁ ନବବର୍ଷ ଉଗାଦି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥୀଭାବେ ମାଣ୍ଡାକାପା କାମାଶାସ୍ତ୍ରୀ, ସମ୍ମାନୀତ ଅତିଥୀ ଭାବେ ଶଙ୍କର ନେତ୍ରାୟଳର ଟ୍ରଷ୍ଟି ଏସ୍. ବିଶ୍ୱନାଥନ୍ ଯୋଗଦେଇ ତେଲୁଗୁ ନବବର୍ଷ ଉଗାଦି ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ତେଲୁଗୁ କଲଚରଲ ଏସୋସିଏସନ ସଭାପତି ଟି.ଭେଙ୍କଟ କ୍ରିାଷ୍ଣାୟା ଓ ସଂପାଦକ ଭି.ଏସ.ଆର ମୃର୍ତି ତେଲୁଗୁ ନବ ବର୍ଷ ଦୀର୍ଘ ବର୍ଷ ହେଲା ଛତ୍ରପୁର ଠାରେ ପାଳିତ ହେଉଥିବା ପ୍ରକାଶ କରିଥିଲେ । ଜେ.ହରିପାଲ ଶାସ୍ତ୍ରୀ ନବବର୍ଷରେ ତେଲୁଗୁ ପାଞ୍ଜି ପାଠ କରି ଶୁଣାଇଥିଲେ । ଏହି ଅବସରରେ ନିଉଡିଏଭି ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଅଙ୍କିତା ରଥ ଓ ତାଙ୍କ ଟିମ୍ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଏସୋସିଏସନ ପକ୍ଷରୁ ବହୁ ମାନ୍ୟଗଣ୍ୟ ପୁରୁଷ ଓ ମହିଳାଙ୍କୁ ଉପଢୈକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲ। । ସମସ୍ତ କାର୍ଯ୍ୟକ୍ରମ ଆଇନଜିବୀ ତଥା ଶଙ୍କରନେତ୍ରାଳୟର ଉପଦେଷ୍ଟା ବି.ଶ୍ରୀନିବାସ ରାଓ, ସମାଜସେବୀ ଏ.ରାବଣା ରାଓ, ଏନ୍.ରାମବାବୁ, କାଳିଆ ବେହେରାଙ୍କ ସମେତ ଏସୋସିଏସନର ବହୁ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









Welcome function to the Telugu Vikari nama new year.Hearing Panchangam one can guess about rainfall,production of food grains,natural calametis,movement of planets like Jupitor,Saturn,Rahu & ketu and their effects on human beings.At the same time SURYA/ Chandra eclipses are predicted.Honouring deserving in the programme is highlight.Hats off to organisers.
Thanking you for the information