ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ଆଳି ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ, ଆଳି ବ୍ଲକରେ ଥିବା ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ କଳ୍ପନା ଧଳଙ୍କ ନେତୃତ୍ୱରେ ସମସ୍ତ ଅଙ୍ଗନବାଡି କର୍ମୀ, ସହାୟିକା ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ୧ଲକ୍ଷ ୩୧ ହଜାର ଟଙ୍କା ଆଳି ବିଡ଼ିଓ ଦ୍ୱିବେନ୍ଦୁ ଦାସଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ରାଜ୍ୟରେ ଅର୍ଥ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ମହଲରୁ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଆଜି କରୋନା ଯୋଦ୍ଧା ସାଜିଥିବା ଅଙ୍ଗନବାଡି କର୍ମୀ ଓ ସହାୟିକା ସେମାନଙ୍କ ସ୍ୱଳ୍ପ ଦରମାରୁ ୧ଲକ୍ଷ ୧୧ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ