

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ଦ୍ୱିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଶ୍ରୀମତୀ ସନ୍ଧ୍ୟା ସୱାଲେଖ ମୁଖ୍ୟ ଅତିଥିରୂପେ ଯୋଗଦେଇଥିଲେ । ଆଗାମୀ ଓଡ଼ିଶା ନିର୍ବାଚନରେ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ମହିଳା କଂଗ୍ରେସର ସମସ୍ତ କର୍ମକର୍ତା ଓ ଜିଲା ସଭାପତିମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । କିଭଳି ଭାବରେ ବ୍ଲକ ସ୍ତରରେ ଏବଂ ବୁଥି ସ୍ତରରେ ମହିଳାମାନେ ଅଧିକ କ୍ରିୟାଶୀଳ ହୋଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳାମାନେ ଅଧିକ କ୍ରିୟାଶୀଳ ହୋଇ କଂଗ୍ରେସ ସରକାର ଗଠନ କରିବ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ । ଓଡ଼ିଶାକୁ ସଂପୂର୍ଣ୍ଣ ସ୍ୱରାଜ ରୂପେ ପରିଗଣିତ କରିବା ପାଇଁ ଦୁର୍ନିତି ମୁକ୍ତି, ନିଶା ମୁକ୍ତ ଓଡ଼ିଶା ଗଠନ କରି ମହିଳା ମାନଙ୍କ ସମ୍ମାନ ଓ ସ୍ୱାଭିମାନ ସହିତ ସ୍ୱାବଲମ୍ବନ କରିବାପାଇଁ କୌଣସୀ ମିଶନ ଶକ୍ତି କିମ୍ବା କରଜ ଟଙ୍କା ନ ନେଇ କିଭଳି ଆର୍ଥିକ ସାବଲମ୍ବୀ ହେବେ ସେ ଦିଗରେ ଓଡ଼ିଶାରେ ଆଗାମୀ ନିର୍ବାଚନରେ ଯୋଗ୍ୟ ମହିଳାମାନଙ୍କୁ ଚିହ୍ନଟ କରି ୩୩ % ବିଧାନ ସଭା ଓ ଲୋକସଭାରେ ପ୍ରାର୍ଥୀ କରିବା ପାଇଁ ମତରଖିଥିଲେ । ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ରାଜନୀତିରେ ମହିଳାମାନଙ୍କୁ ଅଧିକ କ୍ର୍ରିୟାଶୀଳ ହୋଇ ବିଜେପି ଓ ବିଜେଡ଼ି ସରକାର ମହିଳା ଓ ଶିଶୁ ନିର୍ଯ୍ୟାତିତ ହେଉଥିବାର ବିଭିନ୍ନ ଉଦାହରଣ ଦେଇଥିଲେ । କଂଗ୍ରେସ କେବଳ ଏକମାତ୍ର ଦଳ ଯେକି ମହିଳାମାନଙ୍କୁ ସମ୍ମାନ ଦେଇ ଆସିଅଛି । ସର୍ବଶେଷରେ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ଧନ୍ୟବାଦ ଦେଇଥିଲେ ।


ରିପୋର୍ଟ : ଆକାଶ ମିଶ୍ର