ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଉତ୍କଳ ହସପିଟାଲ ପକ୍ଷରୁ ଧାରଣା ଓ ଶୋଭାଯାତ୍ରା

ଭୁଵନେଶ୍ବର(ସମୃଦ୍ଧଓଡିଶା) କୋଲକତାର R.G.Kar Medical College & Hospitalରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦରେ ଭାରତୀୟ ଚିକିତ୍ସା ସଂଘର ଆହ୍ବାନ କ୍ରମେ ଆଜି ଉତ୍କଳ Hospital Bhubaneswar ର ଡାକ୍ତର ମlନେ କଳାବ୍ୟାଚ ପିନ୍ଧି ବିରୋଧରେ ସାମିଲ ହେlଇ ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ ପରେ ଏକ ମାର୍ଚ୍ଚ କରି ଶୈଳଶ୍ରୀ ବିହାର ଛକ ଆଡ଼କୁ ଯାଇଥିଲେ ପ୍ରାୟ ସମସ୍ତେ stop violence against Doctors,Stand for justice ଲେଖା ଥିବା placard ଓ ବ୍ୟାନର ଧରି ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ଏବଂ ଏହି ଘଟଣାର ତ୍ଵରିତ ନ୍ୟାୟ ପାଇଁ ଦାବି ଜଣାଇଛନ୍ତି l ଭାରତୀୟ ଚିକିତ୍ସା ମହାସଂଘ ପକ୍ଷରୁ ଦେଶର ସମସ୍ତ ଡାକ୍ତର ମାନଙ୍କୁ ୨୪ ଘଣ୍ଟିଆ ସେବା ପ୍ରତ୍ୟାହାର ପାଇଁ ଆହ୍ଵାନ ଦିଆଯାଇଥିଲା l ଆଜି ସକାଳ ୬.୦୦ ଠାରୁ ଆସନ୍ତାକାଲି ସକାଳ ୬.୦୦ ପର୍ଯ୍ୟନ୍ତ ସମୟ ମଧ୍ୟରେ OPD ସେବା ବନ୍ଦ ରହିବ, ତେବେ casualty ଏବଂ ଜରୁରୀ କାଳୀନ ସେବା ଜାରିରହିବ ବୋଲି ଜଣାଇଛନ୍ତି l

ରିପୋର୍ଟ : ରଜତ ମହାପାତ୍ର