ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର…

ରାୟଗଡା (ସମୃଦ୍ଧ ଓଡିଶା) ଆଜି ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାୟଗଡା ଉପଜିଲ୍ଲାପାଳ ପ୍ରଦୀପ ଚନ୍ଦ୍ର ପ୍ରଧାନ ଓ ପ୍ରବୀଣ ଶିକ୍ଷାବିତ ଡ଼.ଡିକେ ମହାନ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ନାଗାବଳି ଲାୟନ୍ସ କ୍ଲବ, ଏଚଡିଏଫସି ବ୍ୟାଙ୍କ ଏବଂ ଝଞ୍ଜାବତୀ ୱାର୍କରସ କ୍ଲବର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସମେତ ଆର.କେ.ଆସୋସିଏସର ସଦସ୍ୟ, ଅଟୋ ଆସୋସିଏସନର ସଦସ୍ୟ, ଏଚଡିଏଫସିର ସଦସ୍ୟ ଓ ଏନସିସିର କିଛି ସଦସ୍ୟ ରକ୍ତଦାନ କରିଥିଲେ । ଏହି ଶିବିରରେ ନାଗାବଳୀ ଲାୟନ୍ସ କ୍ଳବର ସଭାପତି ଡ଼.ପ୍ରସନ୍ନ ଗନ୍ତାୟତ, ଝଞ୍ଜାବତୀ ୱାଲକେନ କ୍ଲବର ସଭାପତି ଶ୍ରୀମତୀ କେ.ପି ସାହାଣୀ, ଆଲୁମିନିୟମ ଆସୋସିଏସନର ଏଚଡିଏଫସି ବ୍ୟାଙ୍କର ମ୍ୟାନେଜର ସନ୍ତୋଷ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିବା ବେଳେ ଜିଲ୍ଲା ଜାତୀୟ ସେବା ଯୋଜନାର ମୁଖ୍ୟ ଡ଼.ଅର୍ଚ୍ଚନା ପଟ୍ଟନାୟକ, ଜାତୀୟ ସେବା ସଂସ୍ଥା କାର୍ଯ୍ୟ ଅଧିକାରୀ ଶ୍ରୀମତୀ ପ୍ରତିମା ପଣ୍ଡା, ଡ଼.ସରିତା ମିଶ୍ର ଏବଂ ସିଏଚ.କିନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହାସହ ଏହି ଶିବିରରେ ଜିଲ୍ଲା ଚିକିତ୍ସାଳୟର ଡ଼.ଏମ.ଏ.ମଜିଦ ଓ କର୍ମକର୍ତ୍ତାମାନେ ଯଥା ବି.କ୍ରିଷ୍ଣା କୁମାର, ଦିଵ୍ୟଵନ୍ତ କର, ଶଙ୍କର ତାଡୀଙ୍ଗି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଏହି ଶିବିରରେ ପ୍ରାୟ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ