ପାରଲାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଏସପି ସାରା ଶର୍ମା ମହିଳାମାନଙ୍କ ପାଇଁ ଗୀତ ଗାଇ ଚର୍ଚ୍ଚାରେ ପାଲଟିଛନ୍ତି । ସେହି ଗୀତାରେ ମହିଳାମାନଙ୍କ ପାଇଁ ସୁରକ୍ଷା ବାର୍ତ୍ତା ଦେଇଛନ୍ତି । ସୂଚନା ଅନୁଯାୟୀ କିଏ କହିଲା ନାରୀ ଅବଳା ଦୁର୍ବଳା । କିଏ କହିଲା ସେ ଅସହାୟ । ସେ ଚାହିଁଲେ ଦେଶ ସୁରକ୍ଷାର ମଙ୍ଗ ବି ଧରିପାରେ । ପୁଣି ଦେଶ ପାଇଁ ଜୀବନ ବି ଦେଇପାରେ । ଆଉ ନିଜର ସୁରକ୍ଷା ପାଇଁ ଜୀବନକୁ ବାଜବି ଲଗାଇପାରେ । ସେ ଲଙ୍ଘିପାରେ ତେର ନଈ ସାତ ସମୁଦ୍ର । ପୁଣି ବୁଡ଼ିପାରେ ଅଗାଧ ଜଳରେ । ନାରୀ ସ୍ୱାଧୀନତା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଏମିତି କିଛି ସନ୍ଦେଶକୁ ନେଇ ଗଜପତି ଏସପି ଗୀତ ଗୀତରେ ସଜେଇ ଦେଇଛନ୍ତି । ଗୀତଟି ହେଉଛି ‘ଆମେ ସି ଟିମ୍’ । ସେ ଜଣେ ପ୍ରଫେସନାଲ୍ ସିଙ୍ଗର ନୁହନ୍ତି ତଥାପି ଷ୍ଟୁଡିଓରେ ପ୍ରଫେସନାଲ୍ ସିଙ୍ଗର ଭଳି ସେ ଗୀତ ରେକର୍ଡ କରିଛନ୍ତି । ଯାହା ସୋଶାଲ ମିଡିଆରେ ଭାଇରାଲ ହେଉଛି । ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗଜପତି ଏସ୍ପି ଏହି ନିଆରା ପଦକ୍ଷେପ ନେଇଛନ୍ତି । ଗୀତରେ ମହିଳା ସୁରକ୍ଷା ବାର୍ତ୍ତା ଦେଇଛନ୍ତି । ଗଜପତି ଜିଲ୍ଲାରେ ମହିଳାଙ୍କ ସୁରକ୍ଷା ନେଇ ଗଠନ ହୋଇଛି ‘She Team’ ଖୋଦ୍ ଏସ୍ପି ସାରା ଶର୍ମାଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ଟିମ୍ ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ନେଇ କାମ କରିବ । ଲୋକଙ୍କୁ ସଚେତନ କରିବା ଏବଂ ବିଭିନ୍ନ ଘଟଣାକୁ ତଦାରଖ କରିବା ପାଇଁ ମହିଳା ଇନ୍ସପେରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଏହି ଟିମ୍ ମହିଳାଙ୍କ ସୁରକ୍ଷାକୁ ନେଇ ତଦାରଖ କରିବ । ଏହି ଟିମ୍ର ଉଦ୍ଦେଶ୍ୟକୁ ନେଇ ସେ କହିଛନ୍ତି ଯେ, ଗଜପିତିରେ ଅନେକ ଯୁବତୀଙ୍କ ସହ ମିଶିବା ପରେ ଉକ୍ତ ଜିଲ୍ଲାରେ ଅଧିକ ଅସଦାଚରଣ ହେଉଥିବା ସେ ଜାଣିବାକୁ ପାଇଥିଲେ । ରାତିରେ ମହିଳାମାନେ ଯିବାକୁ ଭୟ କରୁଛନ୍ତି । ଏହି କଥା ମୋତେ ଅନ୍ତରକୁ ଦୋହଲାଇ ଦେଲା । ମୁଁ ଭାବିଲି ଏତେ ପୋଲିସ ଥାଇ ମଧ୍ୟ ଝିଅମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତେଣୁ ନାରୀ ସୁରକ୍ଷା ପାଇଁ ଏମିତି ଏକ ଟିମ୍ ଗଠନ ପାଇଁ ଇଚ୍ଛା ଥିଲା । ହେଲେ ତା’ ପୂର୍ବରୁ ଏବାବଦରେ କିଛିଟା ସଚେତନତା କରିବା ପାଇଁ ମଧ୍ୟ ମନରେ ଇଚ୍ଛା ଥିଲା । ଏହି ଉଦ୍ଦେଶ୍ୟ ନେଇ ଏଭଳି ଏକ ଗୀତ କମ୍ପୋଜିସନ କରଯାଇଛି ବୋଲି ଏସପି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା