


ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସତ୍ୟନଗର ଲେଡ଼ିଜଫୋରମ ଓ ରତ୍ନାକର ବାଗ ଲେଡ଼ିଜ କ୍ଲଵର ମିଳିତ ଆନୁକୂଲ୍ୟରେ ୯ ସେପ୍ଟେମ୍ବର ଦିନ ରତ୍ନାକର ବାଗ ପରିଷଦ ଭବନରେ ମହିଳା ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲ ଓ ଏହାର ସଦସ୍ୟଙ୍କ ସହଯୋଗରେ ମହିଳା ମାନଙ୍କ ହିମୋଗ୍ଲୋବିନ, ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ଇ. ସି. ଜି. ପରୀକ୍ଷା କରାଯାଇଥିଲା l ଉକ୍ତ ଶିବିରରେ ସତ୍ୟନଗର ଲେଡ଼ିଜ ଫୋରମର ସଦସ୍ୟ ଶୁଭେଦିତା ରାୟ, ଦୀପ୍ତି ବେହେରା, ଲଷ୍ମୀପ୍ରିୟା ମିଶ୍ର, ସରିତା ପଟ୍ଟନାୟକଙ୍କ ସହ ରତ୍ନାକର ବାଗ ମହିଳା ସମିତିର ସଭାପତି ନମିତା ମହାପାତ୍ର ଏବଂ ତାଙ୍କ ସହଯୋଗୀ ମାନେ ସାହାଯ୍ୟ କରିଥିଲେ l ବ୍ରହ୍ମେଶ୍ୱର ବାଗ ସମିତିର ସଭାପତି ଅଜୟ ମିଶ୍ର ଏବଂ ତାଙ୍କ ସଦସ୍ୟ ସମେତ ଆପୋଲୋ ହସ୍ପିଟାଲର ନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବ ଏବଂ ଅବସରପ୍ରାପ୍ତ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ ରଥ, ସ୍ଥାନୀୟ କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ l ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା l
ରିପୋର୍ଟ : ରଜତ କୁମାର ମହାପାତ୍ର

