


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହୁରୀ ମଣ୍ଡଳ ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କାହ୍ନୁ ଚରଣ ପତି, ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ବ୍ୟବସାୟୀ କବିରାଜ ସାହୁ, ନାରାୟଣ ସାହୁ, ଦିଗପହଣ୍ଡି ଯୁବରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ସମାଜସେବୀ ପ୍ରଦୀପ ବେହେରା ରକ୍ତଦାନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ମହୁରୀ ମଣ୍ଡଳର କେନ୍ଦ୍ରୀୟ ସଭାପତି କୀର୍ତ୍ତନ ସାହୁ, ଉପସଭାପତି ପର୍ଶୁରାମ ସାହୁ ଓ ସମ୍ପାଦକ ଗୋପୀନାଥ ସାହୁ, ବସନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ପ୍ରଧାନ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ଏହି ରକ୍ତ ଦାନ ଶିବିରରେ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମହୁରୀ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସଂଘ ତରଫରୁ ସମ୍ପାଦକ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା





