

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଲୋଚାପଡା ନିକଟସ୍ଥ ଶକ୍ତିନଗରରେ ମା ଆଦି ଶକ୍ତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଷୋହଳଟି ଦଳ ଭାଗ ନେଇଥିଲେ । ପ୍ରତେକ ଦଳ ପାଇଁ ଆଠ ଓଭର ରଖାଯାଇଥିଲା । ପ୍ରତେକ ଦିନ ଚାରିଗୋଟି ମ୍ୟାଚ ଖେଳା ଯାଉଥିଲା । ଫାଇନାଲରେ ଅର୍ଗନାଇଜର ଟିମ ରୋୟାଲ ଇଲେଭେନ ଓ ଲାୟନ ଇଲେଭେନ ଟିମ ପ୍ରବେଶ କରଥିଲେ । ଟସ ଲାୟନ ଇଲେବନ ଜିତି ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିଲେ । ନିର୍ଧାରିତ ଆଠ ଓଭରରେ ରୟାଲ ଟିମ ଆଠ ୱେକେଟ ବିନିମୟରେ ବାସଠି ରନ କରୁଥିଲେ । ୬୩ ରନର ବିଜୟ ଲକ୍ଷ ନେଇ ଲାୟନ ଇଲେଭେନ ୭ ଓଭରରେ ତିନୋଟି ୱେକେଟ ହରାଇ ୬୩ ରନ କରି ଚମ୍ପିୟାନ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସନମାନିତ ଅତିଥି ଭାବେ କର୍ପୋରେଟର ମୁନା ଭାଇ (ଦୁର୍ଗା ଲାୟକ) ଟୁନା ଭାଇ (ପ୍ରଶାନ୍ତ ପଟ୍ଟନାୟକ) ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅର୍ଗନାଇଜାର ଦଳ ରୋୟାଲ ଇଲେଭେନର ଅଧିନାୟକ ରଂଜିତ ନାୟକଙ୍କ ନେତୃତ୍ୱରେ ଖେଳର ସମସ୍ତ ଖେଳାଳି ପରିଚାଳନା ଦାଇତ୍ୱ ଭାର ସମ୍ଭାଳି ଥିଲେ । ଏମ୍ପାର ଭାବେ ଗଣେଶ ଓ ଟୋଟାଲ ପପୁ ସ୍କୋରର ଭାବେ ଆଲୋକ ଭାସ୍ଵକାର ଭାବେ କୁନା ମିଶ୍ର ଓ ତୁଷାର ଏହି ମ୍ୟାଚର ଟିକି ନିଖି ବିବରଣୀ ଜଣାଉଥିଲେ ଏବଂ ଏହି ମ୍ୟାଚକୁ ଦର୍ଶକମାନେ ୟୁଟ୍ୟୁବ ଲାଇଭ ଦେଖିପାରୁଥିଲେ (@ cricket Care) ମେନ ଅଫ ସିରିଜ ଭାବେ ଲାୟନ ଇଲେଭେନ ସୁନୀଲ (ଚଟନି)ମେବ ଅଫ ମ୍ୟାଚ ଦୁର୍ୟୋଧନଙ୍କୁ ଦିଆଯାଇଥିଲା । ଶେଷରେ ଆୟୋଜକ ଦଳର ଶୁଭମକୁ ବେଷ୍ଟ ସହଯୋଗୀ ଭାବେ ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

