



ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୁର୍ଗାଙ୍କ ଶକ୍ତିପୀଠରେ ଷୋଡ଼ଷ ଉପଚାର ପୂଜା ଆଜି ୬ତାରିଖ ଠାରୁ ଆରମ୍ଭ ହୋଇଯାଇଛି l ଏହି ପୂଜା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ଧରି ଚାଲୁ ରହିବ l ଷୋଡ଼ଷ ଉପଚାର ପୂଜା ସମେତ ଚଣ୍ଡୀପାଠ, ହୋମ ଓ ମହା ଆଳତୀ ଚାଲୁ ରହିବ l ସେହିପରି ପ୍ରତିଦିନ ମା ଭିନ୍ନ ଭିନ୍ନ ଭେଷରେ ଦର୍ଶନ ଦେବ l ଆଜି ପ୍ରଥମ ଦିନରେ ମା ସୁନାବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି l ବିଶ୍ୱାସ ରହିଛି ମାଆଙ୍କୁ ଷୋଡ଼ଷ ପୁଜା ସମୟରେ ଦର୍ଶନ କଲେ କୋଟି କୋଟି ଜନ୍ମର ପୁଣ୍ୟ ମିଳିଥାଏ l ପ୍ରତ୍ୟହ ସୂର୍ଯ୍ୟପୂଜା, ସାଲାପୂଜା, ଘଟପୂଜା, ଗ୍ରହଣ ମଣ୍ଡଳ ପୁଜା, ନୟିବେଦ୍ୟ ସଂସ୍କାର, ଷୋଡ଼ଷ ଉପଚାର ପୂଜା, ବେଲପତ୍ର ଅର୍ଚ୍ଚନ, ମହାଯଜ୍ଞ ଓ ଚଣ୍ଡୀପାଠ ମଧ୍ୟରେ ଏହି ପୁଜା ଚାଲୁ ରହିଥାଏ l ମନ୍ଦିର ପରିଚାଳନା କମିଟି ଓ ପୂଜକ ମୁନି ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପୂଜାର୍ଚ୍ଚନା ଚାଲୁରହିଛି l ଆଦିଶକ୍ତି ମା କନକ ଦୁର୍ଗା ଙ୍କ ସନ୍ଧ୍ୟା ଆଳତୀ ଦେଖିବାପାଇଁ ଲୋକମାନଙ୍କର ସୁଅ ଛୁଟିଥିବା ଦେଖିବାକୁ ମିଳିଛି l ସେହିପରି ହିଞ୍ଜିଳିକାଟୁ ପୌର ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ବିଡ଼ିଓ ସୁବ୍ରତ କୁମାର ଜେନା, ଥାନା ଅଧିକାରୀ ଶ୍ରୀନିବାସ ସେଠୀ ପହଞ୍ଚି ମା ଙ୍କୁ ଦର୍ଶନ କରିବାସହ ପୂଜାର୍ଚ୍ଚନା କରିଛନ୍ତି l ଏଥିରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ମନ୍ଦିର କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା l
ରିପୋର୍ଟ୍ : ରଜତ ପଟ୍ଟନାୟକ