
ଢେଙ୍କାନାଳ (ସମୃଦ୍ଧ ଓଡିଶା) ନବରାତ୍ରୀ ପୂଜା ଚାଲିଥିବା ଅବସରରେ ଆଜି ଢେଙ୍କାନାଳ ଗଦିଆଁ ବ୍ଲକର ଗଡ଼ ଖଙ୍କିରା ମା’ ତାରିଣୀ ମନ୍ଦିରରେ ମା ତାରିଣୀଙ୍କର ନୀଳ ସରସ୍ୱତୀ ବେଶ ହୋଇଯାଇଛି । ମନ୍ଦିରର ପୂଜକଙ୍କ ସୂଚନା ଅନୁଯାୟୀ ଦୁର୍ଗା ମା’ଙ୍କ ଧରାପୃଷ୍ଠରେ ଅବତରଣ ପରେ ଦଶହରା ପର୍ଯ୍ୟନ୍ତ ମା’ଙ୍କର ବିଭିନ୍ନ ବେଶ ହେବ । ମା’ଙ୍କ ଅଷ୍ଟମୀ ପୂଜା ଠାରୁ ଦଶହରା ଯାଏଁ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯଥା ବିଜୟା ଦଶମୀରେ ୭ ତାରିଖରେ ଗ୍ରୁପ ଡ୍ୟାନ୍ସ ଓ ୮ ତାରିଖରେ ରାବଣ ପୋଡି ।
ରିପୋର୍ଟ : ଶୁଭମ କୁମାର ପାଣି