ମା ବାଶୁଳୀ ସ୍ପୋର୍ଟସ୍ ଏସୋସିଏସନ୍‌ର ପ୍ରୟାସ-୨୦୨୦ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷ ପରି ଜଳେଶ୍ୱର ବ୍ଲକର ମହମ୍ମଦନଗର ପାଟଣାର ସେକସରାଇଠାରେୂ ମା ବାଶୁଳୀ ସ୍ପୋର୍ଟସ୍ ଏଣ୍ଡ କଲଚୁରାଲ ଭଲ୍ୟଣ୍ଟିଆର୍‌ସ୍ ସର୍ଗାନଇଜେସନ୍ ପକ୍ଷରୁ ପ୍ରୟାସ -୨୦୨୦ ଉଦ୍‌ଘାଟିତ ହୋଇଛି । ଏହାକୁ ଉଦ୍‌ଘାଟନ କରି ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଗ୍ରାମାଞ୍ଚଳ ଜନସାଧାରଣ ଓ ପ୍ରତିଭାଧାରିଙ୍କର ବିକାଶ ଓ ପ୍ରତ୍ସୋହନ ଲାଗି ଏପରି ଏକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଗାଁ ଅଂଚଳର ପ୍ରତିଭାଧରଙ୍କୁ ପ୍ରୋତ୍ସାହିତ ବିଶେଷ କରି ସ୍ୱୟଂସାହୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କର ବିକାଶ କ୍ଷେତ୍ରରେ ସଂଗଠନର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବକୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ନିପଟ ପଲ୍ଲୀ ଅଂଚଳରେ ଏହି ସଂଗଠନ କିପରି ଭାତୃତ୍ୟ ଓ ପ୍ରତିଭା ବିକାଶ କରିଆସୁଛି ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ପୂର୍ବତନ ଏବିଇଓ ଫନୀଭୂଷଣ ଭୂୟାଁ ଯୋଗ ଦେଇ କର୍ମକ୍ଳାନ୍ତ ଗ୍ରାମବାସୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ମାନସିକ ଶାନ୍ତି ଓ ସଦ୍‌ଭାବନା ଏହି ଉତ୍ସବର ମୂଳମନ୍ତ୍ର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାପତି ହରିପଦ ମାନ୍ନା, ସଂପାଦକ ମହାଦେବ ଦାସ, ପୂର୍ବତନ ଜିଲାପରିଷଦ ସଭ୍ୟ ଧ୍ରୁବଚରଣ ପାଳ, ସରପଂଚ ଦମୟନ୍ତି ମହାନ୍ତି ଏଥିରେ ଯୋଗ ଦେଇ ଉଦ୍‌ୋବାଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଖୋକନ ଜେନା, ଲକ୍ଷ୍ମାନାରାୟଣ ବେହେରା, ରତିକାନ୍ତ ପଲେଇ, ଅଭିମନ୍ୟୁ ସାହୁ, ବିଜୟ ସାହୁ , ଗୌରାଙ୍ଗ ପଲେଇ, ନୃସିଂହ ବେହେରା ଓ ସଂସଦର ଯୁବ ସଦସ୍ୟମାନେ ପରିଚାଳନା କରିଥିଲେ । ସଂଧ୍ୟାରେ ପଂଚାୟତର ସ୍ୱୟଂସାହାୟକ ଗୋଷ୍ଠୀ ପକ୍ଷରୁ କୁଇଜ୍‌, ମ୍ୟୁଜିକ୍ ଚେୟାର, ସଂଗୀତ, ମୁରୁଜ, ଶଂଖ ଫୁଙ୍କା, ହାର ଗୁନ୍ଥା, ରୁଟି ବେଲା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା