ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କୁ ନିସ୍ତୁକ ମାଡ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଥିବା ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କର ଏକ ବୈଠକ ଚାଲିଥିବା ବେଳେ ଗ୍ରୁପ୍ର ସଭ୍ୟା ଶାନ୍ତିଲତା ଦାସ, ସ୍ୱାମୀ ଅଦୈତ୍ୟ ଦାସଙ୍କର ମାସିକ କିସ୍ତି ବାବଦକୁ ଆଲୋଚନା ହୋଇଥିଲା । ସେହି ସମୟରେ ଶାନ୍ତିଲତା ଅନୁପସ୍ଥିତ ଥିବା ବେଳେ ତାଙ୍କର ସଉତୁଣୀ ମିନତି ରାଣୀ ଦାସ ଉପସ୍ଥିତ ସଭ୍ୟାମାନଙ୍କୁ ଅଶ୍ଳିଳ ଭାବରେ ଗାଳିଗୁଲଜ କରିବା ସହିତ ସଭାପତି କାବେରୀ ଆଚାର୍ଯ୍ୟକୁ ଅତିନିସ୍ତୁକ ମାଡ ମାରିବା ଫଳରେ ସେ ସଂଜ୍ଞାହୀନ ହୋଇ ପଡିଥିଲେ । ଏପରିକି ମିନତୀ ତାଙ୍କ ମାଣ୍ଡକୁ ପାଖରେ ଥିବା ଏକ ଗଛରେ ବାଡେଇଦେବା ଫଳରେ ସେ ବାନ୍ତି କରି ଅଚେତ ହୋଇ ପଡିଥିଲେ । ସଂଗେ ସଂଗେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଜିକେଭଟ୍ଟର ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା । କାବେରୀଙ୍କ ସ୍ୱାମୀ ରାଜୀବ ଆଚାର୍ଯ୍ୟ ଏସ୍ଏଚ୍ଜିର ସଂପାଦିକା କନକଲତା ଦାସ, ସିଆର୍ପି ମଞ୍ଜୁଶ୍ରୀ ପଣ୍ଡା, ସଭ୍ୟା ସଞ୍ଜିତା ଆଚାର୍ଯ୍ୟ, ସାବିତ୍ରୀ ସେନାପତି, ଅର୍ଚ୍ଚନା ସେନାପତି ଓ ମମତା ସାହୁ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିବାଫଳରେ ଥାନାରେ ମାମାଲା ୨୨୮/୧୯ମୂଳେ ରୁଜୁ ହୋଇ ତଦନ୍ତ ଚାଲିଛି ।

ରିପୋର୍ଟ : ଭୂପତି କୁମାର ପରିଡା