

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିରେ ଚୈତ୍ରମାସର ମଙ୍ଗଳବାର ଗୁଡିକୁ ମାଁ ତାରା ତାରିଣୀ ପୀଠରେ ମାଁ ଙ୍କ ପର୍ବ ପାଳନ କରାଯାଇଥାଏ। ବିଶେଷ କରି ମାଁ ଇଷ୍ଟ ଦେବୀ ହୋଇଥିବାରୁ ତୃତୀୟ ପାଳି ମଙ୍ଗଳବାରଟି ବହୁ ସଂଖ୍ୟାରେ ଭକ୍ତ ସମାବେଶ ହୋଇଥାଏ।ବର୍ତ୍ତମାନ ମହାଡ଼ମ୍ବରେ ଚାଲିଛି ଚୈତ୍ର ମେଳା ମାଆ ତାରା ତାରିଣୀଙ୍କ ପୀଠରେ। ଆଜି ଚୈତ୍ର ତୃତୀୟ ମଙ୍ଗଳବାର।ପ୍ରବଳ ଭକ୍ତ ମାନଙ୍କ ଗହଣରେ ତାରା ତାରିଣୀଙ୍କ ପର୍ବତ ଶକ୍ତି ପୀଠ ଉପରେ ଲକ୍ଷ ଲକ୍ଷ ମାନସିକ ଧାରୀ ଲୋକେ ନିଜ ନିଜର ବାଳୁତ ମାନଙ୍କ କେଶ ପୀଠରେ ଅର୍ପଣ କରି ସର୍ବ ବିଦ୍ୟମାନ ମା’ତାରା ତାରିଣୀଙ୍କ ଆଶିଷ ଭିକ୍ଷା କରୁଛନ୍ତି। ସୋମବାର ମଧ୍ୟ ରାତ୍ରି ପରେ ପରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ 999ପାହାଚ ଚଢି ପର୍ବତ ଉପରେ ତାରାତାରିଣୀଙ୍କ ଦର୍ଶନ କରି ଚାଲିଛନ୍ତି।ପ୍ରବଳ ଭକ୍ତ ସମାବେଶକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ସଜାଗ ରହିଛନ୍ତି।
ରିପୋର୍ଟ :ପୂର୍ବତନ ରାଜ୍ୟ ଯୁଗ୍ମ ଲୋକସମ୍ପର୍କ ଅଧିକାରୀ ଦାମୋଦର ପାଢ଼ୀ