

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲାଞ୍ଜିପଲ୍ଲୀ ଯାତ୍ରା ପଡ଼ିଆରେ ମାଁ ଦକ୍ଷିଣ କାଳୀ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପୂର୍ବତନ ସଭାପତି ତଥା ବ୍ରହ୍ମପୁର ବିଧାନସଭାର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାସହ ଏଥିରେ ବିଜେପି ଶିଳ୍ପାଚଂଳ ମଣ୍ଡଳ ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ଉପ-ସଭାପତି ରାମ ପାତ୍ର, ଜିଲ୍ଲା ସମ୍ପାଦକ ବାଳକୢଷ୍ଣ ସାମନ୍ତରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍.ମହୋନ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ, ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ, କୢଷକ ମୋର୍ଚ୍ଚା ଭେଟନେରୀ ସଂଯଯୋକ ମଧୁସୂଦନ ସାହୁ, ଗୌରୀ ମହାନ୍ତି, ଅଭିରାମ ସାହୁ ପ୍ରମୁଖଙ୍କ ସମେତ ବହୁୁ କମିଟି ଓ ବିଜେପି ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ଏବଂ ଜିଲ୍ଲା ବାହାରର ୧୮ଟି ଦଳ ଯୋଗ ଦେଇଛନ୍ତି । ଆଜିର ପ୍ରଥମ ମେଚ୍ ପଞ୍ଚମା ଏବଂ ଲାଠି ଦଳ ମଧ୍ୟରେ ଖେଳା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତାକାଲି ସଂଧ୍ୟାରେ ଫାଇନଲ୍ ମ୍ୟାଚ୍ ଖେଳାଯିବା ସହ ଉଦଯାପନୀ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।


