ମାଁ ବୁଢୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ନାରାୟଣପୁର ଚାମ୍ପିଅନ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବାଲିପଡିଆ ଠାରେ ମାଁ ବୁଢୀ ଠାକୁରାଣୀ କ୍ରିକେଟ କ୍ଳବ ତରଫରୁ ମାଁ ବୁଢୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ, ବ୍ଲକ ସଭାପତି ଉଦୟନାଥ ସ୍ୱାଇଁ, ନଗର ସଭାପତି ପ୍ରମୋଦ ପାଣିଗ୍ରାହୀ, ଗୋକର୍ଣ୍ଣପୁର ସମବାୟ ସମିତି ସଭାପତି ଅସିତ ସାହୁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ବିଜୟ କୁମାର ପ୍ରଧାନ, ନିରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ । ଆଜିକାର ଫାଇନାଲ ମ୍ୟାଚରେ ନାରାୟଣପୁର ଓ ରୋହି ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ନାରାୟଣପୁର ଦଳ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ପିଣ୍ଟୁଙ୍କ ୨୨ ଗୋଟି ବଲରେ ଧୂଆଁଧାର ୬୨ ରନ ଜରିଆରେ ୬ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା । ବିଜୟ ହାସଲ ନେଇ ପଡିଆକୁ ଓହ୍ଲାଇଥିବା ରୋହି ଗାଁ ଦଳ ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୩ ରନ୍ କରି ପ୍ରତିପକ୍ଷ ଦଳଠାରୁ ୧୯ ରନ୍ ବ୍ୟବଧାନରେ ପରାସ୍ତ ହୋଇଥିଲା । ନାରାୟଣପୁର ଦଳର ପିଣ୍ଟୁ ଶ୍ରେଷ୍ଠ ଖେଳାଳି ଭାବେ ଓ ରୋହି ଗାଁର ଟିଟୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ତାଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ମ୍ୟାଚ ଶେଷରେ ବିଜେତା ଦଳ ନାରାୟଣପୁରକୁ ମୁଖ୍ୟ ଅତିଥି ବିପିନ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ୧୦ ହଜାର ଅର୍ଥରାଶି ଓ ଉପବିଜେତା ଦଳ ରୋହି ଗାଁକୁ ନିରଞ୍ଜନ ରେଡ୍ଡୀଙ୍କ ଦ୍ୱାରା ୭ ହଜାର ଅର୍ଥରାଶି ସହ ସିଲ୍ ପ୍ରଦାନ କରାଯାଇଥିଲା । ଆଜିକାର ଫାଇନାଲ ମ୍ୟାଚକୁ ବାଳକୃଷ୍ଣ ସାହୁ ଓ ଅଶୋକ କୁମାର ସାହୁ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ଲେଙ୍କା ସ୍କୋରର ଭାବେ ଦାୟିତ୍ଵ ନେଇଥିଲେ । ଏହି ଅବସରରେ ବିଜୁ ଯୁବବାହିନୀ ସଭାପତି ଅରୁଣ କୁମାର ସାହୁ, ଶ୍ରୀକାନ୍ତ ସାହୁ, ପିତାମ୍ବର ପ୍ରଧାନ, ଜିତେନ୍ଦ୍ର ରାଉତ, ସାଗର ରାଉତ, ଭିକୁ ପ୍ରଧାନ, ଶ୍ରୀକାନ୍ତ ରାଉତ, କାଳିଚରଣ ପ୍ରଧାନ, ଆକ୍ରମ ବିଷୋୟୀ, ତୋଫାନ ପ୍ରଧାନ, ଗୋଲକ ବିହାରୀ ପଟ୍ଟନାୟକ, ସୁନୀଲ ରାଉତ, ଜନାର୍ଦ୍ଦନ ଲେଙ୍କା ପ୍ରମୁଖ କମିଟି ସଦସ୍ୟ ଖେଳକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା