

ରାୟଗଡ଼ା (ସମୃଦ୍ଧ ଓଡିଶା) ନକ୍ସଲମାନେ ରାୟଗଡ଼ା-ବିଷମ କଟକ ମୁଖ୍ୟ ସଡ଼କ ଚାଟିକଣା ନିକଟରେ ରାସ୍ତା ଅବରୋଧ କରି ଲ୍ୟାଣ୍ଡମାଇନ୍ସ ବିଛାଇଥିଲେ । ଲ୍ୟାଣ୍ଡମାଇନ୍ସ ବିଛାଯାଇଥିବା ସୂଚନା ପାଇ ବିଷମ କଟକ ପୋଲିସ ଏବଂ ସିଆରପିଏଫ୍ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପୋତା ଯାଇଥିବା ଲ୍ୟାଣ୍ଡ ମାଇନ୍ସକୁ ଜିଲ୍ଲା ଡିଭିଏଫ୍ ଟିମ୍ ଓ ବମ୍ବ ସ୍କ୍ଵାର୍ଡ ନିଷ୍କ୍ରିୟ କରିଛନ୍ତି ଏବଂ ଅନ୍ୟ ଏକ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ ହୋଇଛି । ବିଷମ କଟକ ପୋଲିସ ଏବଂ ସିଆରପିଏଫ୍ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଏକ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ ହୋଇଥିଲା । ଯେଉଁ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ ହୋଇଛି ସେହି ଲ୍ୟାଣ୍ଡମାଇନ୍ସରେ ଏକ ମାଓ ଚିଠି ଖଞ୍ଜା ଯାଇଥିଲା ବୋଲି ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ




