




ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଖରିଡl ଗ୍ରାମ ଠାରେ ଅବସ୍ଥିତ ମାଁ କରେଇଶୁଣୀ ପୀଠରେ ଆସିକା ଲୋକ ସଭା ଆବାହକ ଶ୍ରୀ ଭଜରାମ ସାବତ (ମିଟୁ ଭାଇ)ଙ୍କ ତତ୍ବାବଧାନରେ ୭ ବିଧାନସଭା କ୍ଷେତ୍ର ର ସଦସ୍ୟମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଯାଇଛି।୭ ବିଧାନସଭା କ୍ଷେତ୍ର ର ଆମ୍ ଆଦମୀ ପାର୍ଟି ର ଶତାଧିକ ସଦସ୍ୟ ମାନେ କରେଇଶୁଣୀ ପୀଠରେ ଏକତ୍ରିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭଜରାମ ସାବତ ( ମିଟୁ ଭାଇ), ଗଞ୍ଜାମ ଜିଲ୍ଲା ଆପ ସଭାପତି ଶ୍ରୀ ସୁବାସ ରାଉତ, ଆସିକା ବିଧାନସଭା ଆବାହକ ଶ୍ରୀ ରଞ୍ଜନ କୁମାର ରାଉତ ଓ ସମସ୍ତ ବିଧାନ ସଭାର ସଦସ୍ୟ କୁ ନେଇ ଏକ ସୌହାର୍ଦ ପୂର୍ଣ୍ଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କୁ ନେଇ ରଣନିତି ପ୍ରସ୍ତୁତ କରାଯାଇଛି କିଭଳି ଭାବରେ ଦଳ ତା’ର ୬ ଗୋଟି ପ୍ରମୁଖ ମୁଦା ଲୋକଙ୍କ ପାଖରେ ପହଞ୍ଚାଇବ, ଲୋକଙ୍କୁ ମୌଳିକ ସୁବିଧା ମିଳି ପାରିବ ସେଥିପ୍ରତି ଦଳ ଲୋକଙ୍କ ପାଖରେ ରେ ପ୍ରତିଶ୍ରୁତି ରଖିବ। କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନିତି, ଗଣତନ୍ତ୍ର ବିରୋଧୀ ,ସାଧାରଣ ଲୋକଙ୍କୁ ମୌଳିକ ଅଧିକାର ରୁ ବଂଚିତ ପ୍ରମୁଖ ମୁଦା କୁ ନେଇ ସରକାରଙ୍କୁ ଘେରିବାକୁ ମିଟୁ ସାବତ ପ୍ରତିଶୁତି ଦେଇଛନ୍ତି l
ରିପୋର୍ଟ : ରଜତ ପଟ୍ଟନାୟକ