ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନାର ଉପାନ୍ତ ମାକିଡିଆ ସରପଂଚ ବଳରାମ ବର୍ଷାଳଙ୍କ ବିରୋଧରେ ଗତ ୩୧-୧୧-୧୯ରେ ସମସ୍ତ ୧୧ଜଣ ୱାର୍ଡସଭ୍ୟ ବାଲେଶ୍ୱର ଜିଲାର ଉପଜିଲାପାଳ ନିଲୁ ମହାପାତ୍ରଙ୍କ ଠାରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଶ୍ରୀ ମହାପାତ୍ର ଏଥିନେଇ ଅଭିଯୋଗ ଆଣିଥିବା ୧୧ଜଣ ୱାର୍ଡମେମ୍ବରଙ୍କ ଦସ୍ତଖତ ଯାଞ୍ଚ କରିଥିଲେ । ଏଥିରେ ୱାର୍ଡସଭ୍ୟ ହୀରା ହେମ୍ବ୍ରମ, ସମୀର ଘଡାଇ, ବିଷ୍ଣୁପ୍ରିୟା ଘୋଷ, ନାଏବ ସରପଂଚ ବାସନ୍ତୀ ପାତ୍ର, ଯମୁନା ଅଧିକାରୀ, ଦୀପକ କାପୁଡି, ଉମାରାଣୀ ଘୋଷ, ରାଧାବଲ୍ଲଭ ପ୍ରଧାନ, ହରିଶ୍ଚନ୍ଦ୍ର ପାଳ, ଚମ୍ପାବତି ଖଟୁଆ ଓ କାଞ୍ଚନବାଳା କୁଇଲା ପ୍ରମୁଖ ଅଭିଯୋଗ ଆଣିଥିବା ସଭ୍ୟମାନେ ଉପଜିଲାପାଳଙ୍କ କାର୍ଯ୍ୟଳୟରେ ହାଜିର ହୋଇଥିଲେ । ଏଥିନେଇ ଆସ୍ଥା ପରୀକ୍ଷାଲାଗି ଜାନୁଆରୀ ୧୩ ତାରିଖକୁ ନିର୍ଦ୍ଧାରଣ କରାଯାଇଛି । ଏଥିରେ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ନିର୍ବାଚନ ଅଧିକାରୀରୂପେ ଯୋଗ ଦେବେ ବୋଲି ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା