
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର କତିପୟ ଯୁବକ ମିଳିତ ହୋଇ ମାକ୍ସ ଦିବସ ପାଳନ ଅବସରରେ ମେ ଆଇ ହେଲ୍ପ ୟୁ ଓ ମୋ ପରିବାର ନାମକ ଏକ ସଂସ୍ଥା ଗଠନ କରିଛନ୍ତି । ସଂଗଠନର ଆବାହକ ଜଗନ୍ନାଥ ପରିଡା ଏଥିନେଇ ମାକ୍ସର ଆବଶ୍ୟକତା, ବିଶ୍ୱର ବିଭିନ୍ନ ଦେଶରେ ମାକ୍ସର ବ୍ୟବହାର, ଏପରିକି ମହାମାରୀ କରୋନା ସମୟରେ ସମଗ୍ର ବିଶ୍ୱରେ ମାକ୍ସ ରକ୍ଷା କବଚ ପାଲଟିଥିବା ସଂପର୍କରେ ସୂଚନା ଦେଇଥିଲେ । ସଂଗଠନର ଅନ୍ୟତମ ସଦସ୍ୟ ସତ୍ୟବ୍ରତ ପ୍ରମାଣିକ ଆଜି ଦିନର ପବିତ୍ରତା ସଂପର୍କରେ ବର୍ଣ୍ଣନା କରିବା ସହିତ ଶାନ୍ତିଆ ଗାଁରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ବିଭିନ୍ନ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା, ଜଳେଶ୍ୱରର ଗାନ୍ଧି ସେବାଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ଆଗାମୀ ଦିନରେ ଏହି ସଂଗଠନ ସାମାଜିକ କାର୍ଯ୍ୟରେ ବ୍ରତୀ ରହିବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଶୁତୋଷ ଜେନା, ଚନ୍ଦନ ପାତ୍ର, ଅଜିତ୍ ଜେନା, ତୋପାନ ଆଚାର୍ଯ୍ୟ, ଇପ୍ସିତା ପ୍ରଧାନ ଓ କାଳିଚରଣ ରାଜ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ଆଜି ଭାଗ ନେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା