
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇଏଲ କମ୍ପାନୀ ପରିସରରେ ଆଇଆରଇଏଲ ପକ୍ଷରୁ ଏକ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଯାଇଛି । ଏହାକୁ କମ୍ପାନୀର ମୁଖ୍ୟ ସାଧାରଣ ପରିଚାଳକ ଏ.ଜେ. ଜନାର୍ଦ୍ଦନ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି ସେବା ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ, କଣମଣା, ପୋଡାପଦର, ଅଗସ୍ତିନୂଆଗାଁ ଓ ସମାଖଣ୍ଡି ଗ୍ରାମ ପଞ୍ଚାୟତ ପାଇଁ ଉଦ୍ଧିଷ୍ଠ ରହିବ ବୋଲି ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ କାଳିପଲ୍ଲୀ ସରପଞ୍ଚ ଶ୍ରୀରାମ ବେହେରା ଓ କଣମଣା ସରପଞ୍ଚ ଚକ୍ରପାଣି ରେଡ୍ଡିଙ୍କ ସମେତ ଆଇଆରଇଏଲର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା