

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପ୍ରେମନଗର ସ୍ଥିତ ଜାଭିୟର ସ୍କୁଲ ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାକ୍ତର ନକୁଳ ସାହୁ ୨୭ ଜଣ ମଧୁମେହ, ରକ୍ତଚାପ ଓ ବାତରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ । ଏହି ଶିବିର ପରିଚାଳନାରେ ହରିଓଁ ମେଣ୍ଡିୱାକ କ୍ଲବର ସଭ୍ୟମାନେ ପ୍ରଶନ୍ନ କୁମାର ଦାଶ, ଏ.ରାଧାରମଣ, ଶ୍ରୀବତ୍ସ ପ୍ରଧାନ, ଗଣପତି ବେହେରା, ଚନ୍ଦନ ରଣା ସହଯୋଗ କରିଥିଲେ । ଏହି ଶିବିର ପ୍ରତ୍ୟେକ ପ୍ରଥମ ରବିବାର ଦିନ ସକାଳ ୭ ଘଣ୍ଟା ସମୟରେ ଅନୁଷ୍ଠିତ ହେଉଛି ବୋଲି ଡା ନକୁଳ ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା