


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ପୋଲିସ ଏବଂ ଶ୍ରୀକାକୂଲମର ଜେମ୍ସ ମେଡିକାଲର ମିଳିତ ଆନୁକୂଲ୍ୟରେ ଏକ ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୩୦୦ ବରିଷ୍ଠ ନାଗରିକ ଏବଂ ସାମ୍ବାଦିକ ଯୋଗଦାନ କରିଥିଲେ । ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କୁ ଗଜପତି ଏସପି ସାରା ଶର୍ମା ଉଦଘାଟନ କରିଥିଲେ । ଏହା ତାଙ୍କ ସମାଜ ମଙ୍ଗଳ ଯୋଜନା ଯଥା ସି ଟିମ , ଉଡାନ ଭଳି ଲୋକାଭିମୁଖୀ ହୋଇପାରିଛି । ଏଭଳି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବରିଷ୍ଠ ନାଗରିକମାନେ ପ୍ରଶଂସା କରିଥିଲେ । ଏହିଭଳି ପ୍ରତେକ 3 ମାସ ରେ ଥରେ ଏହିଭଳି ସ୍ୱାସ୍ଥ୍ୟ ଶିବିର କଲେ ବହୁ ଗରିବ ଲୋକେ ଉପକୃତ ହେବେ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଏସପିଙ୍କ ଏଭଳି ସେବା କାର୍ଯ୍ୟପାଇଁ ସାଧାରଣରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
