ମାଛ ବଜାର ଉଚ୍ଛେଦ ତଥା ସ୍ଥାନ ପରିବର୍ତ୍ତନ ନେଇ ଏନ୍‌.ଏ.ସି. କାର୍ଯ୍ୟାଳୟରେ ମାଛ ବ୍ୟବସାୟୀଙ୍କ ଅଭିଯୋଗ…

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁର ଠାରେ ଥିବା ପୁରୁଣାମାଛ ବଜାର ଉଚ୍ଛେଦ ଅବା ସ୍ଥାନ ପରିବର୍ତ୍ତନ ନେଇ ସୋମବାର ମତ୍ସ୍ୟଜୀବୀ ତଥା ମାଛ ବ୍ୟବସାୟୀ ମାନେ ଏନ୍‌.ଏ.ସି. କାର୍ଯ୍ୟାଳୟରେ  ଅଭିଯୋଗ କରିଥିଲେ । ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ଜାଗା ପରିବର୍ତ୍ତନ କରାଯାଉଥିବା ପ୍ରତିବାଦରେ ସୋମବାର ଶତାଧିକ ମାଛ ବ୍ୟବସାୟୀ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । କରୋନା କଟକଣା ସମୟରେ ଏନ୍‌ଏସି ପକ୍ଷରୁ ଏଠାରୁ ହଟାଯାଇ ସ୍ଥାନ ପରିବର୍ତ୍ତନ କରାଯାଉଥିଲା । ଗତ କିଛି ଦିନ ହେବ ପୁଣି ସହରର ବଡଷ୍ଟେସନ ନିକଟରେ ଏକ ସ୍ଥାନରେ ମାଛ ବିକ୍ରି କରିବାକୁ କୁହାଯାଇଥିଲା। ବର୍ତ୍ତମାନ ବଡଷ୍ଟେସନ ନିକଟରେ ମାଛ ମାର୍କେଟ ରହିବ ବୋଲି ସ୍ଥିର ହେଇଥିଲା । ଆଗକୁ ସହରରେ ଥିବା ମାଛ ମାର୍କେଟକୁ ଭଙ୍ଗାଯାଇ ଏକ ନୂତନ ମାଛ ମାର୍କେଟ କରାଯିବାର କାର୍ଯ୍ୟକ୍ରମ ରହିଥିବାରୁ ନୂଆ ମାଛ ମାର୍କେଟ ନିର୍ମାଣ ନ ହେବା ପ୍ରର୍ଯ୍ୟନ୍ତ ସେଠାରେ ହିଁ ମାଛ ମାର୍କେଟ ଚାଲିବ ବୋଲି ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁ ନିର୍ଭର ପ୍ରତିଶୃତି ଦେଇଥିଲେ । ନୁତନ ମାଛ ବଜାର କୁ ଆଲୁଅ, ପାଣି,ରାସ୍ତା, ଯୋଗାଇ ଦେବାକୁ ମଧ୍ୟ  ବ୍ୟବସାୟୀ ଅଭିଯୋଗ ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା