ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରାଞ୍ଚରର ୮ନଂ ୱାଡ ପଂଚୁଘଣ୍ଟା ନିବାସୀ ଦକ୍ଷିଣ ହେମ୍ବ୍ରମ (୪୦) ଆଜି ସକାଳେ ସବ୍ଜେଲ୍ ରାସ୍ତା ନିକଟରେ ଥିବା ଏକ ନାଳରେ ମାଛ ଧରୁଥିବା ସମୟରେ ଗୋଡ ଖସିଯିବା ଫଳରେ ପାଣିରେ ବୁଡିଯାଇ ଗୁରୁତର ହୋଇଥିଲେ । ଖବରପାଇ ପୂର୍ବତନ କାଉନ୍ସିଲର ଅନନ୍ତ କୁମାର ଦାସ ଓ ତାଙ୍କର ସହଯୋଗୀମାନେ ତାଙ୍କୁ ଜିକେ ଭଟ୍ଟର ଡାକ୍ତରଖାନାକୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁବରଣ କରିଥିଲେ । ମାତ୍ର ଶବ ବ୍ୟବଚ୍ଛେଦ କରିବାପାଇଁ ମେଡିକାଲ ଅଫତସର ଡା. ଜିଲ୍ଲିପ ପାତ୍ର ଅନୁପସ୍ଥିତ ଥିବାରୁ ଦୀର୍ଘ ୭ଘଣ୍ଟା ଧରି ବ୍ୟବଚ୍ଛେଦ ହୋଇ ପାରିନଥିଲା । ଶେଷରେ ଉପଜିଲାପାଳ ନିଲ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଡା. ପାତ୍ର ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା