



ଖଲ୍ଲିକୋଟ (ସମୃଦ୍ଧଓଡିଶା)ଡଃ ଏ଼ ପି ଜେ- ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲିକୋଟ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବେହେରା ଏବଂ ରମ୍ଭା ସେବକ ସଂଘ ସଭାପତି ହରେକୃଷ୍ଣ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ମିଳିତ ସଭ୍ୟ ଓ ସଭ୍ୟାଙ୍କୁ ନେଇ ତା-୦୪;୧୧:୨୦୨୩ ରିଖରେ ସୋମରୟ ଫାଉଣ୍ଡେସନର ଆନୁକୁଲ୍ୟରେ “ମାଟି ଗୌରବ ସମ୍ମାନ” -୨୦୨୩ ଜୟଦେବ ଭବନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ସଭାରେ ସମାଜର ଉନ୍ନତି ମୂଳକ ସେବାରେ ନିୟୋଜିତ ସମ୍ମାନାର୍ଥେ ସମ୍ବର୍ଦ୍ଧିତ କରାଯାଇଅଛି। ଖଲିକୋଟ ଏବଂ ରମ୍ଭା ଅଞ୍ଚଳର ସମାଜସେବୀଙ୍କ ମଧ୍ୟରୁ ସୁଶ୍ରୀ ଲକ୍ଷ୍ମୀ ଦାସ, ସମାଜସେବୀ ସ୍ବାସ୍ଥ୍ୟ ସହାୟିକା, ଗୋପୀନାଥ ବେହେରା ମହାଦେବ ମଲ୍ଲିକ , ପଞ୍ଚାନନ ସୁର, ଶ୍ରୀ ମତୀ ସୌଦାମିନୀ ମିଶ୍ର କବୟିତ୍ରୀ, ଶ୍ରୀମତୀ ପ୍ରଭାତୀ କୁମାରୀ ଦାଶ ଵରିଷ୍ଠ ଶିକ୍ଷୟତ୍ରୀ, ହଳଧର ବେହେରା , ଶ୍ରୀମତୀ ବନ୍ଦିତା ତ୍ରିପାଠୀ , ପୂର୍ଣ୍ଣଚନ୍ଦ୍ର ବେହେରା ସମାଜସେବୀ ରମ୍ଭା, ଶ୍ରୀମତୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଅଧ୍ୟାପିକା କବୟିତ୍ରୀ , ଶ୍ରୀମତୀ ବିଦ୍ୟୁତ ପ୍ରଭା ଦାସ ବରିଷ୍ଠ ଶିକ୍ଷୟତ୍ରୀ କବି, ଶ୍ରୀମତୀ କୀର୍ତ୍ତିମଞ୍ଜରି ସାହୁ , ରଞ୍ଜିତା କୁମାରୀ ଦାଶ, ଶିକ୍ଷୟତ୍ରୀ କବି, ଶ୍ରୀମତୀ ମମତା କୁମାରୀ ସୁଆର , ଶିକ୍ଷୟତ୍ରୀ କବି, ଶ୍ରୀମତୀ ମମତା ପାଣିଗ୍ରାହୀ, ଜଗନ୍ନାଥ ଦାସ ସମାଜସେବୀ ସମସ୍ତ ନିଜ ନିଜର ଉତ୍ସର୍ଗୀତ ସେବା ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ। ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମଞ୍ଚାସୀନ ମୂଖ୍ୟ ବକ୍ତା ରୂପେ ଓଡ଼ିଶା ନାଗରିକ ମହାମଞ୍ଚର ସମ୍ପାଦକ ଶ୍ରୀ ଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନୀତ ଅତିଥି ଓଟିଭ ନିଉଜ ଆଙ୍କର ଶ୍ରୀଯୁକ୍ତ ଭବାନୀ ଶଙ୍କର ମହାପାତ୍ର, ସମ୍ମାନୀତ ଅତିଥି ନ୍ୟୁରୋଲୋଜି ଡକ୍ଟର ସୂର୍ଯ୍ୟ ପ୍ରକାଶ ଚୌଧୁରୀ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମହେଶ ହାଜରା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ନିର୍ଦ୍ଦେଶକ, ମ୍ୟାଡାମ ମୀରା ପରିଡ଼ା, ଓଲିଉଡ ଡେଜି ମ୍ୟାଡାମ, ଶ୍ରୀମତୀ ଵନ୍ଦିତା ତ୍ରିପାଠୀ, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷଙ୍କ ସହ ସୋମରୟ ଫାଉଣ୍ଡେସନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୋମରୟ ସାର ଓ ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସ ମଞ୍ଚାସିନ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା ପର୍ବ କୁ ଶ୍ରୀମତୀ ସୌଦାମିନୀ ମିଶ୍ର ଏବଂ ଶ୍ରୀମତୀ ମମତା ସୁଆର ସୁନ୍ଦର ଭାବରେ ସଞ୍ଚାଳନ କରିଥିବା ବେଳେ ଏପିଜେ ଅବଦୁଲ କଲାମ ଟ୍ରଷ୍ଟର ସଦସ୍ୟା ଶ୍ରୀମତୀ ବିଦ୍ୟୁତ ପ୍ରଭା ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।
ରିପୋର୍ଟ : ପୂର୍ଣ ଚନ୍ଦ୍ର ବେହେରା


