


ବାଲେଶ୍ୱର(ସମୃଦ୍ଧ ଓଡିଶା)କାହାରି ଅଭିଯୋଗକୁ କର୍ଣପାତ ନ କରି ଲୋକଙ୍କ କାମ କରିବା ପାଇଁ ମାଡ଼ି ଚାଲିଲେ ଭି କେ ପାଣ୍ଡିଆନ I ଆଜି ବାଲେଶ୍ୱରରେ ସହସ୍ରାଧିକ ମହିଳାଙ୍କ ଦ୍ୱାରା ସମ୍ମାନିତ ହେଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ତଥା ୫ ଟି ସଚିବ ଭି.କେ.ପାଣ୍ଡିଆନ I ପାଣ୍ଡିଆନ ଜଣେ ଆଇଏଏସ ଅଫିସର , ଜଣେ ଉଦୟମାନ ଯୁବକ ମଧ୍ୟ , ତାଙ୍କ ଉପରେ ଲୋକପ୍ରିୟ ନବୀନ ପଟ୍ଟନାୟକଙ୍କ ବିଶ୍ୱାସ ଓ ଭରସା ରହିଛି I ପୁଣି ତାଙ୍କୁ ଜଣେ ରାଜନୈତିକ ବ୍ୟକ୍ତି ଭଳି କାମ କରିବାକୁ ସୁଯୋଗ ମିଳିଛି I କାହିଁକି ହାତଛଡ଼ା କରିବେ I ଲୋକଙ୍କୁ ସେବା ଦରକାର ସେ ତ ସଙ୍ଗେ ସଙ୍ଗେ ପୂରଣ କରିପାରୁଛନ୍ତି I ବୁଦ୍ଧିଜୀବୀ ମାନେ ବି ଖୁସି ଅଛନ୍ତି I ଏତେବଡ଼ ବାହନଗା ଟ୍ରେନ ଦୁର୍ଘଟଣାକୁ ସୁନ୍ଦର ଭାବେ ପରିଚାଳନା କରିପାରଲେ ଫଳରେ ବହୁ ଯାତ୍ରୀ ରକ୍ଷ୍ୟା ପାଇଲେ I ରାତିସାରା ଅନିଦ୍ରା ରହି ଲୋକସେବା କଲେ ବୋଲି ବୁଦ୍ଧିଜୀବୀ ମହଲ ପ୍ରଶଂସା କଲେ I ବିଜେପି ଵାଲା ସେ କାହିଁକି ମୂଖ୍ୟମନ୍ତ୍ରୀ ଭଳି ବୁଲୁଛନ୍ତି, ହେଲିକେପ୍ଟରରେ ଯାଉଛନ୍ତି, ବୋଲି ଅଭିଯୋଗ କରୁଛନ୍ତି I ନିକଟରେ ଭୁବନେଶ୍ୱର ସାଂସଦ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭଟି ସଚିବ ଭିକେ ପାଣ୍ଡିଆନଙ୍କ ନାଁ ନ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଉପରେ ବିଭିନ୍ନ ଅଭିଯୋଗ କଲେ।ଶାସକ ବିଜେଡିର ନେତା,ମନ୍ତ୍ରୀ,ବିଧାୟକମାନେ କାହିଁକି ଜଣେ ସଚିବ ପାହ୍ୟାର ଅଫିସରଙ୍କ ଦାସତ୍ୱ ସ୍ଵିକାର କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଖୋଲା ଖୋଲି ଭାବେ ଅର୍ଡର ଅଫ ପ୍ରିସିଡେନ୍ସ ଓ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସକୁ ଉଲ୍ଲଘଂନ ହେଉଛି ବୋଲି କହିଲେ । ଏନେଇ ମୁଖ୍ୟମନ୍ତ୍ରୀ ନିରବ କାହିଁକି ଅଛନ୍ତି ବୋଲି ଅପରାଜିତା ପ୍ରଶ୍ନ କଲେ । ତାଙ୍କର ପ୍ରଧାନ ମନ୍ତ୍ରୀ ଅଛନ୍ତି ସେ କାହିଁକି ଚୁପ ରହିଛନ୍ତି ବୋଲି କିଛି ବୁଦ୍ଧିଜୀବୀ ମଧ୍ୟ ପ୍ରଶ୍ନ କଲେ I ଏଭଳି ଅନେକ ଅଭିଯୋଗ ଆସିଲେ ମଧ୍ୟ ତାକୁ ସେ ଖାତିର ନ କରି ଆଜି ବାଲେଶ୍ୱର ଗସ୍ତରେ ଯାଇ ଥିଲେ I ବିଜେଡି କର୍ମୀ ମହିଳା କର୍ମୀ ମାନେ ପୂଜା ଅର୍ପଣ କରି ଫୁଲ ଚନ୍ଦନ ଦେଇ ହୁଳହୁଳି ପକାଇ ତାଙ୍କୁ ସଭା ମଣ୍ଡପକୁ ପାଛୋଟି ନେଲେ I ବିଶେଷ କରି ମହିଳାମାନଙ୍କ ଉତ୍ସାହ ତାଙ୍କୁ ଆହୁରି ଆଗକୁ ବଢିବାକୁ ଆଗ୍ରହ ଦେଇଥିବ ବୋଲି ବୁଦ୍ଧିଜୀବୀ ମହଲ ସମୀକ୍ଷା କରି କହିଛନ୍ତି ଆମେ ଅଛୁ ମାଡିଚାଲ I
