

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗଁଦିଆ ବ୍ଲକର ଗଡ଼ ଖଙ୍କିରା ଠାରେ ଚାଲିଛି ମା’ ତାରିଣୀଙ୍କ ସପ୍ତମ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଦ୍ୱିତୀୟ ଦିନରେ କଳସ ଶୋଭାଯାତ୍ରା ମହାଆନନ୍ଦରେ ପାଳନ କରାଯାଇଛି । ମନ୍ଦିରର ପୂଜକ ଇନ୍ଦ୍ରମଣି ପତିଙ୍କ ସୂଚନା ଅନୁସାରେ ଆଜି ମା’ଙ୍କୁ ମହାକାଳୀ ବେଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ଦିରର ପୂଜକ ମାନଙ୍କ ସମେତ ବହୁ ଭକ୍ତମାନେ ଅଂଶ ଗ୍ରହଣ କରି ମା’ଙ୍କୁ ଦର୍ଶନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି