ଢେଙ୍କାନାଳ (ସମୃଦ୍ଧ ଓଡିଶା) ସଦର ବ୍ଲକ ମାତୃଭବନ ହାଇସ୍କୁଲରେ ଗତକାଲି ଛାତ୍ରଛାତ୍ରୀଙ୍କୁ ଟୀକା ପ୍ରଦାନ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ରୂପଶ୍ରୀ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଲଟିକିରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରକଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିଟାନସ ଓ ଡିପ ଥେରିଆ ଇଞ୍ଜେକସନ ଦିଆଯାଇଅଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ବୋଲି ସ୍କୁଲର ପ୍ରଧାନ ଶିକ୍ଷକ ରୂପଶ୍ରୀ ରଥ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି