

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡିଶା ପ୍ରତି ରେଳବାଇର ଅବହେଳା ବିରୋଧରେ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ
ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୧୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଷ୍ଟେସନ ଅଧିକ୍ଷକଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସୂଚନା ଯେ ଶହେ ବର୍ଷ ପୁରଣ କରି ସାରିଥିବା ବ୍ରହ୍ମପୁର ରେଳ ଷ୍ଟେସନକୁ ଜାତୀୟ ସ୍ତରୀୟ ଷ୍ଟେସନ୍ର ମାନ୍ୟତା ପାଇଁ ସମସ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଉ ବୋଲି ଦାବି କରିବା ସହ ସମସ୍ତ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ କରିବା, ଯାତ୍ରୀମାନଙ୍କ ସୁବିଧା ପାଇଁ ନୂଆ ଟ୍ରେନ୍ ଚାଲୁ କରିବା, ବ୍ରହ୍ମପୁର ରେଳ ଷ୍ଟେସନ୍ର ଆଧୁନିକି କରଣ କରିବା ପାଇଁ ଦାବି କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଏଥିରେ ଅବନୀ କୁମାର ଗୟା, ଶଙ୍କର ସାହୁ, ମାଗୁଣି ନାହାକ, ମହେଶ୍ୱର ବାଡତ୍ୟା, ଗଗନ ଚନ୍ଦ୍ର ମହାନ୍ତି, ଳକ୍ଷ୍ମୀ ନାରାୟଣ ରାଉତ, ଅମର ସାହୁ, ହୃଷିକେଶ ପାତ୍ର, ବଂଶୀଧର ଭୂୟାଁ, ରବିନ୍ଦ୍ର କୁମାର ନାୟକ, ତ୍ରୈଲୋକ୍ୟନାଥ ଆପ୍ତା, ବିଜୟ ଚନ୍ଦ୍ର ବିଶୋୟୀ, ସୁଶାନ୍ତ କୁମାର ଘୋଷ, ଏସ୍ ଶାମ୍ବାସିବା ରାଓ, ସରିତା ପଣ୍ଡା, ରାମଚନ୍ଦ୍ର ସାହାଣୀ, ପ୍ରଣବ ପଣ୍ଡା, ଏମ୍ ଭେଙ୍କେଟ ରମଣ, ବି.ଶଙ୍କର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

