
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ପ୍ରଶାସନ-ମୈତ୍ରୀ ହିଣ୍ଡାଲକୋ କମ୍ପାନୀ ଏବଂ ପୋଲିସର ମିଲିଭଗତ ଓ ଆତଙ୍କରାଜକୁ ଦୃଢ଼ ନିନ୍ଦା କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ସୂଚନାଯୋଗ୍ୟ ଯେ, କୋରାପୁଟର ମାଳି ପର୍ବତ ସୁରକ୍ଷା ସମିତି ଆହ୍ୱାନରେ ପ୍ରସ୍ତାବିତ ଖଣି ଖନନ ବିରୋଧରେ ଆୟୋଜିତ ପଦଯାତ୍ରାରେ ଯୋଗ ଦେବାକୁ କୋରାପୁଟର ବରିଷ୍ଠ ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀ, ଇନସାଫ ତଥା ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଓ ଲୋକଶକ୍ତି ଅଭିଯାନ, ଓଡ଼ିଶାର ସଭାପତି ପ୍ରଫୁଲ୍ଲ ସାମନ୍ତରା ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବା ବେଳେ ହଠାତ୍ କିଛି ବ୍ୟକ୍ତି ପରିବେଶବିତ ପ୍ରଫୁଲ୍ଲ ସlମନ୍ତରାଙ୍କୁ ଅସମ୍ମାନ କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ l ପ୍ରଫୁଲ୍ଲ ସାମନ୍ତରା ଓ ଅନ୍ୟ ସାଥୀଙ୍କୁ ନଜରବନ୍ଦୀ ରଖିବା ସହ ଝଗଡା କରି ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଲେ l ୪୦/୫୦ ମଟର ସାଇକେଲରେ ଶତାଧିକ ଯୁବକ ଆସି ଏହି ଘଟଣା ଭିଆଉଥିବା ବେଳେ ସ୍ଥାନୀୟ ପୋଲିସ ବା ପ୍ରଶାସନର ଦେଖା ମଧ୍ୟ ମିଳିନଥିଲା l ଘରୋଇ କମ୍ପାନୀ ଗୁଣ୍ଡା, ସ୍ଥାନୀୟ କୁଜି ନେତା ଓ ତାଙ୍କୁ ପ୍ରୋଛାହନ ଦେଉଥିବା ରାଜ୍ୟ ସରକାରଙ୍କ ମିଳିତ ଷଡଯନ୍ତ୍ର ଓ ଆତଙ୍କରlଜକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ନିନ୍ଦା କରିଛି l ପ୍ରସ୍ତାବିତ ମାଳି ପର୍ବତରେ ହିଣ୍ଡାଲକୋ କମ୍ପାନୀ ଦ୍ୱାରା ଖଣି ଖନନ କରାଗଲେ ପ୍ରାକୃତିକ ପରିବେଶ ପ୍ରଭାବିତ ହେବ, ସେହି ଅଂଚଳରେ ଥିବା ଝରଣା ଗୁଡିକ ଶୁଖିଯିବ ଓ କୋଲାବ ନଦୀର ଜଳସ୍ତର ହ୍ରାସ ପାଇବା ଫଳରେ କିପରି ଚାଷବାସ ଓ ଜୀବନ ଜୀବିକା ପ୍ରଭାବିତ ହେବ l ଏଣୁ ଆସନ୍ତା ୨୨ ତାରିଖରେ ହେବାକୁ ଥିବା କମ୍ପାନୀ ପ୍ରରୋଚିତ ଜନଶୁଣାଣିକୁ ବାତିଲ କରି ଖଣି ଖନନ ବନ୍ଦ କରିବାକୁ ଦାବି ହୋଇଛି l ନବୀନ ସରକାର କର୍ପୋରେଟ ସ୍ୱାର୍ଥ ପାଇଁ ଚିନ୍ତା ନକରି ନିରୀହ ଜନତାଙ୍କ ଜୀବନ ଜୀବିକା ଓ ପ୍ରକୃତି ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମଞ୍ଚ ଆବାହକ ଅବନୀ ଗୟା, ଗଗନ ଚନ୍ଦ୍ର ମଲ୍ଲିକ, ଯୁବନେତା ମନୋଜ ତରାଇ ଦାବି କରିଛନ୍ତି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା