ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି । ଗଜପତି ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାସ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡର ରାୟ ଦେଇଛନ୍ତି । ଏହି ଅର୍ଥଦଣ୍ଡ ପଇଠ ନକଲେ ଅଧିକ ୬ ମାସ କାରା ଦଣ୍ଡ ରାୟ ମଧ୍ୟ ଶୁଣାଇଛନ୍ତି । ଏଥିନେଇ ଏପିସି ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ ଗ୍ରାମର ଜଣେ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ସେହି ଗ୍ରାମର ଅନନ୍ତ ପାଇକ ବାରମ୍ବାର ଦୁଷ୍କର୍ମ କରିଥିଲା । ମହିଳା ଜଣକ ୫ ମାସର ଅନ୍ତସତା ହେବା ପରେ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକେ ଜାଣିପାରିଥିଲେ । ଏହା ପରେ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ମାଁ ସେରଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ସେରଙ୍ଗ ଥାନାରୁ ଜିଲ୍ଲା କୋର୍ଟକୁ ଆସିଥିବା ମାମଲା କୋର୍ଟରେ ବିଚାରଣ ଚାଲିଥିଲା ଏଥିରେ ପୀଡିତା ଘଟଣା ସମ୍ପର୍କରେ ଟିକିନିଖି ଭାବରେ ଜିଲ୍ଲା ଜଜ୍ ଙ୍କୁ ପ୍ରକାଶ କରିବା ପରେ ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାସ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡର ରାୟ ଆଜି ପ୍ରକାଶ କରିଛନ୍ତି ।
ରିପୋର୍ଟ – କୃଷ୍ଣ କୁମାର ବେହେରା