ବ୍ରହ୍ମପୁର (ସମୃଦ୍ଧ ଓଡିଶା) କିଛିଦିନ ତଳେ ଆମ ଜେଜେଜିଓ (ଜୟ ଜଗନ୍ନାଥ ଗ୍ରୁପ ଓଡିଶା)ର ଭାଇ ଭଉଣୀମାନେ ଗୋପାଳପୁର ଓଭର ବ୍ରିଜ ତଳେ ଜଣେ ମାନସିକ ବିକାରଗ୍ରସ୍ତ ଲୋକଙ୍କ ସେବା କରି ଥିଲେ । କ୍ରମାଗତ ତିନି ଦିନ ତାକୁ ଖାଇବା ପିଇବା ଦେଇ ଆସୁଥିଲେ । କିଛି ସାମ୍ବାଦିକ ବିଶ୍ୱନାଥ, ସମୀର, ଦୀପକ, ରଂଜନାଙ୍କ ସହାୟତାରେ ଜୟ ଜଗନ୍ନାଥ ଗ୍ରୁପର ରାଜେନ୍ଦ୍ର ପାତ୍ର, କାର୍ତ୍ତିକ ପାଣିଗ୍ରାହୀ, ମମତା ପାତ୍ର, ୟସପାଲ ଭାଇଙ୍କ ସହ ବ୍ରହ୍ମପୁର ଉପ-ଜିଲ୍ଳାପାଳ ଦିଗନ୍ତ ରାଉତରାୟଙ୍କ ସହ ସାକ୍ଷାତ କରି ସେ ମାନସିକ ବିକାରଗ୍ରସ୍ତ ଲୋକଟି ବିଷୟରେ ବିଷଦ ଭାବରେ କହିବାରୁ ଉପ- ଜିଲ୍ଲାପାଳ ମୋହଦୟ ସଂଗେ ସଂଗେ ଏମକେସିଜି ମେଡିକାଲ କଲେଜ ସୁପରିଟେଣ୍ଡେଡ଼ ଚରଣ ପଣ୍ଡାଙ୍କ ସହ ଯୋଗାଯୋଗ କରି ସମସ୍ତ ପ୍ରକାର ଚିକିତ୍ସା, ସହଯୋଗ ଓ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ୨୦୧୪ ମସିହାରୁ ଗ୍ରୁପର ମୁଖ୍ୟ ଆଡ୍ମିନ ଶିଵ ଶଙ୍କର ଦାଶଙ୍କ ପ୍ରଚେଷ୍ଟାରେ ବ୍ରହ୍ମପୁର, କଟକ, ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଆନ୍ଦ୍ରପ୍ରଦେଶର ସୋମପେଟା ଆଦି ଅଂଚଳ ବୁଲି ଏହିପରି ମାନସିକ ବିକାରଗ୍ରସ୍ତ ଲୋକଙ୍କ ସେବା କରିବା ସହ ଅନାଥାଳୟ ଜରାଶ୍ରମ ବୃଦ୍ଧାଶ୍ରମରେ ବି ସେବାକାର୍ଯ୍ୟ କରିଥିବା ବିଷୟ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ତାପରେ ଜୟ ଜଗନ୍ନାଥ ଗ୍ରୁପର ଭାଇ ଓ ଭଉଣୀମାନେ ସେହି ବିକାରଗ୍ରସ୍ତ ଲୋକ ଟିକୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେହି ଲୋକ ଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରି ତାକୁ ତା ଘରକୁ ଫେରେଇବାର ନିର୍ଭର ପ୍ରତିଶ୍ରୁତି ଦେବା ସହ ମାନସିକ ବିକାରଗ୍ରସ୍ତ ଲୋକଙ୍କ ପାଇଁ ବ୍ରହ୍ମପୁରରେ ଏକ ଆଶ୍ରୟ ସ୍ଥଳ ତିଆରି କରିବାର ଆଵଶ୍ୟକତା ଅଛି ବୋଲି କହି ଜୟ ଜଗନ୍ନାଥ ଗ୍ରୁପର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା