

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟଙ୍କ ନିର୍ଦ୍ଦେଶକରେ ବୈଧ ମାପ ବିଜ୍ଞାନ ବିଭାଗ ତରଫରୁ ବିଭିନ୍ନ ପ୍ରସ୍ତୁତକର୍ତ୍ତା ଏବଂ ପ୍ୟାକିଂ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇଛି । ଏହି ଚଢ଼ାଉ ସମୟରେ ବିନା ଲାଇସେନ୍ସରେ ଏବଂ ସମସ୍ତ ପ୍ରକାର ଘୋଷଣା ପ୍ୟାକେଟ ଉପରେ ନଥିବା ଦେଖାଯାଇଥିଲା ଯଥା ଇମେଲ ଠିକଣା ଏବଂ ଟେଲିଫୋନ ନମ୍ବର । ଏହି ଚଢ଼ାଉରେ କୁକୁଡ଼ା ଖଣ୍ଡି ତହସିଲଦାର ସୁବାଷ ଚନ୍ଦ୍ର ରଇତ, ବୈଧ ମାପ ବିଜ୍ଞାନ ବିଭାଗର ସହକାରୀ ନିୟନ୍ତ୍ରଣ ବିନୟ କୁମାର ଦାଶ, ନିରିକ୍ଷୀକା ସାଗରୀକା ସାବତ ଏବଂ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ତିନି ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମୋଟା ୯୦୦୦୦/- ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଏହିପରି ଚଢ଼ାଉ ବ୍ରହ୍ମପୁର ଉପଖଣ୍ଡରେ ଲାଗି ରହିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
