

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆନ୍ତରାଜ୍ୟ ବ୍ରାଇନ୍ସୁଗର କାରବାରରେ ଜଳେଶ୍ୱର ପେଣ୍ଠସ୍ଥଳି ହୋଇଥିବାରୁ ବିଭିନ୍ନ ସମୟରେ ଏସ୍ଟିଏଫ, ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ୍ ହୋଇ ଆସୁଛି । ବିଶେଷ ସୂତ୍ରରୁ ଖବର ପାଇ ରବିବାର ଭୋର ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ସେକ୍ସରାଇ ନିକଟରେ ଚଢାଉ କରି ଓଡି-୦୧ଏସି-୬୧୪୫ ମାରୁତି କାର୍ରେ ଥିବା ୩୦ଗ୍ରାମ ବ୍ରାଉନ୍ସୁଗର ଜବତ୍ କରିଛି । ଏହାର ଆନୁମାନିକ ମୁୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି । ପ୍ରକାଶଯୋଗ୍ୟ ଏହାର ମୁଖ୍ୟ ରାଜପୁର ଗାଁର କେଫାଜୁଦ୍ଦିନ ଫେରାର ହୋଇ ଯାଇଥିବା ବେଳେ ସେକ୍ବାର୍ଡ ଗାଁର ଡ୍ରାଇଭର ସେକ୍ ଜମିର (୩୬) ଓ ରାମଚନ୍ଦ୍ର ବେହେରା(୪୦) ଓ ପୁରୀ ଜିଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁର ଦୁର୍ଜ୍ୟୋଧନ ନାୟକ (୩୫)କୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା