ମାର୍ଗଶୀର ମାସର ମାଣବସା ଗୁରୁବାର ଉପଲକ୍ଷେ…

ସୁଦୂର ଓ ଗଭୀର ବାର୍ତ୍ତାକୁ ବହନ କରି ଆମ ସମସ୍ତ ପର୍ବ ପର୍ବାଣୀ ପାଳିତ ହୋଇ ଆସିଛି l ସେ ମଧ୍ୟରେ ମାର୍ଗଶୀର ମାସର ମାଣବସା ଗୁରୁବାର ମା’ ମହାଲକ୍ଷ୍ମୀ ବିଶେଷ ଭାବେ ପ୍ରତ୍ୟେକ ଓଡିଆଙ୍କ ଘରେ ମହା ସମାରୋହରେ ପାଳନ କରାଯାଉଛି l ଜନ, ଜମି, ଜାତି, ଗୋଧନ, ଓଡିଆ ଘରର ଘରଣୀଙ୍କ ନାନା ଆଭୂଷଣ, ନାନା ପ୍ରକାରର ବ୍ୟଞ୍ଜନ, ଆମ ସମାଜର ସନ୍ତୁଳନ ଓ କୂଷିଲବ୍ଧ ଶସ୍ୟର ସଂରଷଣ ଓ ପ୍ରକୂତି ପୁରୁଷ ମଧ୍ୟରେ ସମନ୍ୱୟ ସମାନ ମାନ ସମ୍ମାନର ବାର୍ତ୍ତା ଭରପୁର ଭାବେ ବହନ କରିଛି l ସର୍ବାଗ୍ରେ ସ୍ୱଚ୍ଛତା ହିଁ ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜାର ପ୍ରବେଶ ପଥା ପରିଷ୍କାର ପରିଚ୍ଛନ୍ନତାରେ ଐଶ୍ଚର୍ଯ୍ୟ ମାଡି ଆସୋ ଯାହା ମହାଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀ ଘରକୁ ବିଜେ କରିଥିଲେ l ଗୋମୟରେ ଘର, ଅଙ୍ଗଣା, ବାହାର ଲେପନ, ଗେରୁ ବା ରଙ୍ଗମାଟିରେ ଲେପି ଚାଉଳ ବଟା କି ମୁରୁଜରେ ଲକ୍ଷ୍ମୀ ପାଦ ସହ ବିଭିନ୍ନ ଝୋଟି ଆଙ୍କି ପୂର୍ଣ୍ଣକୁମ୍ଭରେ ଆମ୍ବ ଡାଳ, ପଇଡ ରଖି ପ୍ରଦୀପ ପ୍ରଜ୍ୱଳନ ସହ ଗେଣ୍ଡୁ ବା ମକମଲ୍ଲି ଫୁଲ ଅଁଳାଡାଳରେ ସଜାଇ ବାହାରୁ ଘର ଯାଏଁ ଝୋଟି ଦେଇ ଘରକୁ ପୁରା ମଣ୍ଡନ କରାଯାଏ l ନୁଆଁ ଧାନ, ଚାଉଳ, ବିରି, ମୁଗ ମାଣରେ ଭରି ପୂଜା ମଣ୍ଡପରେ ରଖାଯାଏ l ଧାନ ମେଣ୍ଟାକୁ ଏଥିରେ ରଖାଯାଏା ଆମ ପାରମ୍ପରିକ ପିଠା ଚକୁଳି, ମଣ୍ଡା, ଖିରି, ଆଡିଶା, କାକରା ସହ ଖେଚୁଡି ଡାଲି ଆମ୍ବିଳ ବେଶର,ଶାଗ ଦହି ଭଜା ପୂଜା କରାଯାଏ l ମଣିଷ ତ ମଣିଷା ଜାତି ପ୍ରଥା ଆମ ଭିତରେ ଦୂରତ୍ୱ ବଢାଇବା ସହ ନାରୀ ଉପରେ ପୁରୁଷର ପ୍ରାଧାନ୍ୟତାକୁ ଦୂର କରିବାକୁ ମାଣବସା ଗୁରୁବାର ପୂଜାର ସୁଦୂର ପ୍ରସାରୀ ବାର୍ତ୍ତା ରହିଛି l ପୂଜା କରିବା ସହ ଏହାର ଉଦ୍ଦେଶ୍ୟକୁ ବୁଝିବା ବୁଝେଇବାର ଆବଶ୍ୟକତା ରହିଛି l ଆମ ଝୋଟିର ସୌନ୍ଦର୍ଯ୍ୟ ଗାରିମା ଆମ ମାଆ, ଭଉଣୀମାନଙ୍କ ହସ୍ତ କଳା ନୈପୁଣତାର ପରି ପ୍ରକାଶ ହୋଇ ପାରୁଛି l ପ୍ରତ୍ୟେକ ଘର ଆଗରେ ଝୋଟିର ମହକ ଘରର ଗାରିମାକୁ ପ୍ରକାଶ କରିଥାଏ l ମହାଲକ୍ଷ୍ମୀଙ୍କ ଆଭୂଷଣ ହିଁ ଆମ ଓଡିଆ ଘରଣୀମାନଙ୍କ ସୁନା ରୂପାର ଅଳଙ୍କାରର ପ୍ରତୀକା ନାରୀ କୌଣସି ଗୁଣରେ ପୁରୁଷଠାରୁ କମ ନୁହଁନ୍ତିର ବାର୍ତ୍ତା ସମାଜକୁ ଏହି ପୁରାଣରେ ବର୍ଣ୍ଣନା କରା ଯାଇଛି l ମୋର ଏ ଲେଖାଟିରେ ବିଭିନ୍ନ ଘରର ପୂଜା ଝୋଟି ପରିଷ୍କାର ପରିଚ୍ଛନତାର ରୂପରେଖକୁ ସ୍ଥାନ ଦିଆ ଯାଇଛି l ଆମ ଘରର ପୂଜା ସହ କେତେକ ଘରର ପୂଜା ରହିଛି l