ମିଥ୍ୟାକେସ୍‌ରେ ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମାନ୍ୟ ଟଙ୍କା ବାକିକୁ କେନ୍ଦ୍ର କରି ଜଣେ କାର୍ଯ୍ୟରତ ବୈଦ୍ୟୁତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଗିରଫ କରିବା ସହିତ ବିଭିନ୍ନ ମିଥ୍ୟା ସଂଗୀନ ଅଭିଯୋଗରେ ଜେଲକୁ ପଠାଇଦେବା ପ୍ରତିବାଦରେ ଆଜି ଜଳେଶ୍ୱରର ବହୁ କାର୍ଯ୍ୟରତ ସାମ୍ବାଦିକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ୧୨ ତାରିଖରେ ନିଉଜ୍‌-୭ ପକ୍ଷରୁ ଜଳେଶ୍ୱରରେ ନକଲି ବ୍ରାଉନ୍‌ସୁଗର ତିଆରି ସଂପର୍କରେ ଖବର ପ୍ରସାରଣ କରାଯାଇଥିଲା । ଯାହା ସ୍ଥାନୀୟ ପୋଲିସ୍‌କୁ ଦାୟୀ କରାଯାଇଥିଲା । ଫଳରେ ଥାନା ଅଧିକାରୀ ଉଦ୍ଦେଶ୍ୟମୂଳକଭାବେ ନିୟୁଜ-୭ର ଜଳେଶ୍ୱର ସାମ୍ବାଦିକ ରାଜେଶ କୁମାର ପ୍ରଧାନଙ୍କୁ ଗିରଫ କରି ଜେଲ୍ ପଠାଇବାକୁ ପ୍ରତିବାଦ କରି ଆଜି ମୁଖ୍ୟମନ୍ତ୍ରୀ, ଡିଜିପ, ଆଇ (ପୂର୍ବାଞ୍ଚଳ), ଜିଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପଠାଯାଇଥିବା ଜଣାଯାଇଛି । ଏଥିରେ ସୁକୁମାର ରଣା, ଅଶ୍ୱିନୀ ନାଥ, ଘନଶ୍ୟାମ ଗିରି, ସତ୍ୟବ୍ରତ ସୋମ୍‌, ଦୀନବଂଧୁ ପ୍ରଧାନ, ପ୍ରଦୀପ କୁମାର ଜେନା, ସତ୍ୟବ୍ରତ ପ୍ରଧାନ, ମନୋଜ କୁମାର ଭୂୟାଁ, ସୁବ୍ରତ ଘୋଷାଲ, ଅଜୟ ଚକ୍ରବର୍ତ୍ତୀ, ଆଶିଷ ଗିରି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା