

ଛତ୍ରପୁର (ସମୃଦ୍ଧ ଓଡିଶା) ମିଶନ ରାଣୀଙ୍କ ପବିତ୍ର ପର୍ବ ଉପଲକ୍ଷେ ନବାହ ଉପାସନାର ଷଷ୍ଠ ଦିନର ନବୀନା ପୂଜା ରୀତି ଅତି ନିରାଡ଼ମ୍ବରରେ ପାଳନ କରାଯାଇଛି । ଏହି ପବିତ୍ର କ୍ରିୟାର ଦିବ୍ୟ ଯଜ୍ଞରେ ମୁଖ୍ୟ ପୁରୋହିତ ଭାବେ ଯାଜକ ପ୍ରଭୁ ଦାସ ଦିବ୍ୟ ଯଜ୍ଞ ଉତ୍ସର୍ଗ କରିଥିଲେ ଏବଂ ବ୍ରହ୍ମପୁର ମିଶନ ରାଣୀ ମହାଦେବାଳୟର ମୁଖ୍ୟ ଯାଜକ ସଞ୍ଜୀବ କୁମାର ନାୟକ, ସହକାରୀ ଯାଜକ ଭବେ ସୁରେଶ ନାୟକ ପାରଳାଖେମୁଣ୍ଡି ଚର୍ଚ୍ଚ, ଯାଜକ ଦିଲ୍ଲୀପ ସୋରୋଡା, ଯାଜକ ସଂଜୀବ ବୀର ଦନ୍ତୀଲିଙ୍ଗୀ, ଯାଜକ ବସନ୍ତ ଓ ଯାଜକ ଦିନବନ୍ଧୁ ଦିବ୍ୟ ଯଜ୍ଞରେ ଯୋଗଦେଇ କୁମାରୀ ମାରିଆଙ୍କ ଭକ୍ତଭକ୍ତାଙ୍କ ସହ ମଣ୍ଡଳୀ ତଥା ଦେଶ ଏବଂ ଏହି ମହାମାରୀରେ ମୃତ୍ୟବରଣ କରିଥିବା ବିଶ୍ୱାସୀ ଭାଇ ଓ ଭଉଣୀମାନଙ୍କ ଏବଂ ଜନ୍ମ ଦିନର ଶୁଭେଚ୍ଛା ଉତ୍ତମ ସ୍ୱାସ୍ଥ୍ୟ ଓ ସାରା ଜଗତର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ପବିତ୍ର କାର୍ଯ୍ୟକ୍ରମକୁ ଡ଼. ସି. ସେବାଭଗ୍ନୀମାନେ, ଏମସି ଭ୍ରାତାମାନେ ଏବଂ ଭାରତ କଲୋନୀ, ଲୁକାଶ କଲୋନୀ, ପ୍ରେମ ନଗର, ବାବାଜି ତୋଟା ସାହି, ସିଟି ହସ୍ପିଟାଲ ରୋଡ, ଅଞ୍ଚଳର ଖ୍ରୀଷ୍ଟ ବିଶ୍ବାସୀମାନେ ପୂଜା ରୀତିର ପରିଚାଳନା କରିଥିଲେ । ଆଜିର ବିଷୟ ଥିଲା କୁମାରୀ ମରିଆ ମିଶନର ରାଣୀ । ବାକ୍ୟ ପରିବେଷଣ କରିଥିଲେ ଯାଜକ ପ୍ରଭୁଦାସ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
