ମୀତାଂଜଳିଙ୍କୁ ତିତଲି ହିରୋ ଭାବେ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକର ବିଜୁ ଯୁବବାହିନୀ ସଦସ୍ୟା ତଥା ଅଗସ୍ତିନୂଆଗାଁ ନିବାସୀ ସୁଶ୍ରୀ ମୀତାଂଜଳି ଗୌଡ଼ଙ୍କୁ ତିତଲି ବାତ୍ୟା ସମୟରେ ସାହସିକତା ଦେଖାଇ ଅଗସ୍ତିନୂଆଗାଁ ପଂଚାୟତରେ ଉଦ୍ଧାର ଓ ରିଲଫ କାର୍ଯ୍ୟରେ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କଠାରୁ ତିତଲି ହିରୋ ପ୍ରମାଣ ପତ୍ର ସହ ପୁରସ୍କାର ମିଳିଛି । ଏହାସହ ବାତ୍ୟା ପରବର୍ତି ବନ୍ୟାରେ ଛତ୍ରପୁର ବ୍ଲକର ପଟଲାମପୁର ଓ ବଡ଼ମାଧପୁର ପଂଚାୟତ ଯେତେବେଳେ ବନ୍ୟା ଘେରରେ ଥିଲା ଓ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିଲା, ସେହି ସମୟରେ ମିତାଂଜଳି ୨୮ ଜଣ ମହିଳା ସଂଗଠନକୁ ଧରି ବୋଟ ମାଧ୍ୟମରେ ୭୩୦ ଜଣ ଲୋକଙ୍କୁ ଉଦ୍ଧାର କରିବା ସହ ନିଜେ ରୋଷେଇ କରି ବନ୍ୟା ଘେରରେ ଥିବା ଲୋକମାନଙ୍କୁ ଖାଦ୍ୟ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇ ଏହି ତିତଲି ହିରୋ ପାଇଁ ମିତାଞ୍ଜଳି ପରି ସମାଜସେବୀ ଯୋଗ୍ୟା ବୋଲି କହିଥଲେ । ଏ ନେଇ ଆଜି ଛତ୍ରପୁର ବିଜୁ ଯୁବବାହିନୀରେ ଖୁସିର ଲହରୀ ଖେଳିଯାଇଛି । ଛତ୍ରପୁର ବିଧାୟକ ଡା.ପ୍ରିୟାଂଶୁ ପ୍ରଧାନ, ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ବିଡିଓ ସଚ୍ଚିଦାନନ୍ଦ ନାୟକଙ୍କ ସମେତ ସମସ୍ତ ବ୍ଲକ କର୍ମକର୍ତା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ମିତାଂଜଳି ଗୌଡ଼ଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା