ଢେଙ୍କାନାଳ (ସମୃଦ୍ଧ ଓଡିଶା) ହିନ୍ଦୋଳ ଉପଖଣ୍ଡ ମୀନକେତନ ଉଚ୍ଚ ବିଦ୍ୟାଳୟ ପରିସରରେ ୭ମ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନ ଓ ପରିକଳ୍ପନା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା, ମୁଖ୍ୟ ବକ୍ତା ଭାବେ ଉପସଭାପତି ଜିଲ୍ଲା ପରିଷଦ ଢେଙ୍କାନାଳ କୋଦଣ୍ଡଧର ସାହୁ, ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ବିଜ୍ଞାନ ବିଭାଗ ସୁପର ଭାଇଜର ସୁକାନ୍ତ ସାହୁ, ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ, ଓଡାପଡା ଗୋଷ୍ଟି ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠି, ସଦର ଗୋଷ୍ଟି ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ବାରିକ ପ୍ରମୁଖ ଯୋଗଦେଇ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଧିକାରୀ ହୃଷିକେଶ ବାରିକ ପ୍ରମୁଖ ଯୋଗଦେଇ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆଜିର ଯୁଗରେ ବିଜ୍ଞାନ ଜୀବନର ସଫଳତାର ମନ୍ତ୍ର ବୋଲି ଅଭିବ୍ୟକ୍ତ ପ୍ରକାଶ କରିଥିଲେ । ଏଥିରେ ମୋଟ ୧୩୧ ଟି ପ୍ରକଳ୍ପ ସ୍ଥାନୀୟ ହୋଇଥିଲା । ମୀନକେତନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ମାଝୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନ ଓ ପରିକଳ୍ପନା ପ୍ରତିଯୋଗିତା ମୀନକେତନ ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଉଦଯାପିତ ହୋଇଯାଇଛି । ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାର ସାଂସଦ ମହେଶ ସାହୁ, ଆନୁଷ୍ଠାନିକ ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା, ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଓଡାପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠି, ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଗଦିଆଁ ଗୋଷ୍ଟି ଶିକ୍ଷା ଅଧିକାରୀ ହୃଷିକେଶ ବାରିକ ପ୍ରମୁଖ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନ ଓ ପରିକଳ୍ପନା ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ୧୩୧ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏହାକୁ ୧୩ଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଛନ୍ତି । ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ମାଝୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି