ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଗୋଷାଣି ବ୍ଳକ ଅର୍ନ୍ତଗତ ଗାରାବନ୍ଧ ନିକଟରେ ଆୟୋଜିତ ଜିଲ୍ଲା ସ୍ତରୀୟ କାଳିଆ ସମାବେଶରେ ଅପରାହ୍ନ ୩ଟା ସମୟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଯୋଗ ଦେଇଛନ୍ତି । ଏହି ଅବସରରେ ୬୩୦ କୋଟି ଟଙ୍କାର ବିଭିନ୍ନ ସ୍ଥାନର ଯଥା କାଶିନଗ୍ରର, ଗୋଷାଣୀ, ଗୁମ୍ମା, ମୋହନା, ନୁଆଗଡ ରାୟଗଡ଼, ରାଉଦୟଗିରି, ମୋଟ ୮୩୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ପରେ ସମାବେଶରେ ଯୋଗ ଦେଇଥିବା ଚାଷୀଙ୍କୁ ଉଦବୋଧନ ଦେଇଛନ୍ତି, କାଳିଆ ଯୋଜନାରେ ସମସ୍ତ ଚାଷୀ, ଭୂମିହୀନ, ଭାଗଚାଷୀ କ୍ଷୁଦ୍ରଚାଷୀ ଏହାଦ୍ୱାରା ଉପକୃତ ହେବେ, ଜଣେ ଚାଷୀ ସୁଦ୍ଧା ଯେପରି ବାଦ୍ ନ ଯିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପ୍ରତି ବ୍ଲକର ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଏବଂ ଚାଷୀଙ୍କୁ ସମାନ୍ୱିତ କରିଥିଲେ । ଏହି ସମାବେଶରେ ଲକ୍ଷାଧିକ ଚାଷୀଙ୍କ ସମାଗମ ହୋଇ ଥିବାବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ, ସୁରକ୍ଷା ଦୃଷ୍ଟିରୁ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ମୂଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ବିଜୁ ଜନତା ଦଳ ତଥା ସାଧାରଣଙ୍କ ମଧ୍ୟରେ ବହୁ ଉତ୍ସାହିତ ଦେଖିବାକୁ ମିଳିଥିଲା ।
ରିପୋର୍ଟ : ସୁଜିତ ପ୍ରଧାନ