




ଛତ୍ରପୁର(ସମୃଦ୍ଧଓଡିଶା) ତା ୨୪/୦୨/୨୪ ରିଖ ଛତ୍ରପୁର ଷ୍ଟାଡିୟମ୍ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସଵ ରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୁପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୁର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଅଞ୍ଜଳି ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ ଏବଂ ଡି, ଆଇ, ଇ, ଟି. ର ଅଧକ୍ଷ ଡା. ସନ୍ତୋଷ କୁମାର ପରିଡ଼ା ମୁଖ୍ୟ ମଞ୍ଚାସିନ ଥିଲେ l ଏଥିରେ ଜିଲ୍ଲା ର ମୋଟ ୩୮୩୩ଟି ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଗଣେଷ ବିଦ୍ୟାପୀଠ ହାଇସ୍କୁଲ୍ ର ଶିକ୍ଷୟିତ୍ରୀ ନମିତା କୁମାରୀ ପଟ୍ଟନାୟକ ଙ୍କୁ ହିଞ୍ଜିଳିକାଟୁ ବ୍ଲକ୍ ର ଭଲ ଶିକ୍ଷୟିତ୍ରୀ ରୂପେ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଜନସାଧାରଣଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ସ୍କୁଲ୍ ର ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସୀ ଅନୁଭବ କରିବା ବେଳେ ଶିକ୍ଷୟିତ୍ରୀ ନମିତା ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି l
ରିପୋର୍ଟ୍:-ରଜତ ପଟ୍ଟନାୟକ
