ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଭୂମିପୂଜା ଓ ଅଙ୍ଗନବାଡି କେନ୍ଦ୍ରର ଉଦଘାଟନ ହୋଇଯାଇଛି …

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମପଞ୍ଚାୟତ ଠାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ୨୦୧୭-୨୦୧୮ ଆନୁକୂଲ୍ୟରେ କରସିଙ୍ଗି-ରାବଗଡ-ବଡପଦା ରାସ୍ତାର ସମ୍ପୂର୍ଣ୍ଣ ଉନ୍ନତିକରଣ ଓ ରକ୍ଷଣାବେକ୍ଷଣର ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ କରକମଳରେ ଭୂମିପୂଜା ଓ କାର୍ଯ୍ୟାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟା ଏସଡିଓ, ଜେଇ ସମେତ ଗ୍ରାମବାସି ଉପସ୍ଥିତ ଥିଲେ । ଖଦାଳପଲ୍ଲୀ, ମହୁଲପଲ୍ଲୀ, କରଞ୍ଜ ସାହି, ସମଲେଇ ଓ ରାବଗଡ ଗ୍ରାମକୁ ଯାଇ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ରାବଗଡ ଗ୍ରାମରେ ଆମ ଅଙ୍ଗନବାଡି କେନ୍ଦ୍ରର ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି । ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟା ଓ ବହୁ ମାନ୍ୟଗଣ ବ୍ୟକ୍ତି ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା