

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗସ୍ତରେ ବ୍ରହ୍ମପୁର ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧୀ ୨ଦଳ କଂଗ୍ରେସ ଓ ଭାଜପା ତରଫରୁ ତୀବ୍ର ବିରୋଧ କରାଯାଇଥିଲା । ଫଳରେ ପୋଲିସ ତରଫରୁ ୨୫ ଭାଜପା କର୍ମୀ ଏବଂ ୬ କଂଗ୍ରେସ କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଛାଡିବା ପରେ ଅଟକଙ୍କୁ ଥାନାରୁ ଛଡାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା